ସଂଚାର ବ୍ୟୁରୋ: କାଳବୈଶାଖୀ ବର୍ଷାରେ ବେହାଲ ଜଗସିଂହପୁର । ଜଗତସିଂହପୁର ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ଦେବୀ ମା ଶାରଳାଙ୍କ ବେଢା ଭିତରେ ଲହଡି ମାରୁଛି ଆଣ୍ଡୁଏ ଉଚ୍ଚର ପାଣି। ବର୍ଷା ପାଣି ମାଡିଯିବା ଦ୍ବାରା ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁ୍ଖିନ ହେଉଛନ୍ତି। ଭକ୍ତମାନେ ମାଆଙ୍କୁ ଦର୍ଶନ କରିବାକୁ ଆଣ୍ଠୁଏ ପାଣିରେ ପସିକି ଯିବାକୁ ପଡୁଛି। ଖାଲି ସେତିକି ନୁହେଁ ମାଆଙ୍କ ସେବାୟତ,ପୂଜକ,ପଣ୍ଡା ମାନେ ମନ୍ଦିର ଭିତର ଓ ବାହାରକୁ ଯିବା ଆସିବା ବହୁ କଷ୍ଟକର ହେଉଥିଲା ।ସାରଳା ମନ୍ଦିରର ସୌନ୍ଦର୍ଯ୍ୟକରଣ କର୍ଯ୍ୟ ଚାଲିଥିବା ବେଳେ ନଅ ମାସ ହେବ ଧିମେଇ ଧିମେଇ ଚାଲିଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ତୁରନ୍ତ ମନ୍ଦିରର ଉନ୍ନତିକରଣ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

