ଭୁବନେଶ୍ୱର : ରାଜଧାନୀରେ କଂଗ୍ରେସର ହଲ୍ଲାବୋଲ । ଉଗ୍ର ହେଲା କଂଗ୍ରେସର ବିକ୍ଷୋଭ । ଲୋୟର ପିଏମଜିରେ କଂଗ୍ରେସର ଗର୍ଜନରେ ଫାଟି ପଡୁଛି ପୁରା ଲୋୟର ପିଏମଜି । ବ୍ୟାରିକେଡ ଭାଙ୍ଗିବା ସମୟରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ । ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା ପୋଲିସ । ପୋଲିସ ଉପରକୁ କଂଗ୍ରେସକର୍ମୀ ମାନେ ପଥରମାଡ଼ କରିଥିଲେ । ଏଥିସହିତ ଚେୟାର ସହ ବୋତଲ ଫିଙ୍ଗିଥିଲେ । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରିଥିଲେ ପରେ ଟିୟର ଗ୍ୟାସ ମଧ୍ୟ ଛଡାଯାଇଛି । ଆଉ ଦୁଇଟି ବ୍ୟାରିକେଡ ପାଖରେ ପହଞ୍ଚିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।
ତଥାପି କଂଗ୍ରେସ କର୍ମୀମାନେ ଭୟଭୀତ ନହୋଇ ପୋଲିସ ତରଫରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ମାଡି ଚାଲିଛି । ପାଣିମାଡ ଓ ଟିୟର ଗ୍ୟାସରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ନଦେଇ ପୋଲିସକୁ ସାମ୍ନା କରିଛି । କିଛି ଦଳୀୟ ନେତାଙ୍କୁ ସକାଳୁ ପୋଲିସ ଘରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଛି ।
ସୂଚନା ଅନୁସାରେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ କର୍ମୀ । ଘଣ୍ଟ, ଝାଞ୍ଜ ବଜାଇ କରୁଛନ୍ତି ପ୍ରତିବାଦ । ଗୋଟିଏ ବ୍ୟାରିକେଡ ଭାଙ୍ଗି