ବିହାର ପୂର୍ଣ୍ଣିଆରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା। ଭୋଟ ଅଧିକାର ଯାତ୍ରାକୁ ବିପୁଳ ଜନସମର୍ଥନ । ରାଲିରେ ସାମିଲ ହୋଇଛନ୍ତି ହଜାର ହଜାର କର୍ମୀ। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଏକ ବାଇକ ରାଲି। ସେଥିରେ ରାହୁଲ ବୁଲେଟ ଚଲାଇଥିବା ଦେଖିବାକୁ ମିଳିଛି। କେବଳ ରାହୁଲ ନୁହନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ବି ବୁଲେଟ ଚଳାଇଥିବା ଚର୍ଚ୍ଚାର କାରଣ ହୋଇଛି। ୧୬ ଦିନର ଏହି ଯାତ୍ରା ଅତିକ୍ରମ କରିବ ୨୦ ଜିଲ୍ଲାର ୧୩୦୦ କିଲୋମିଟର ରାସ୍ତା । ବିହାର ଭୋଟ ଚୋରି ବିରୋଧରେ ଚାଲିଥିବା ଏହି ଅଭିଯାନକୁ ସହଯୋଗୀ ଦଳ ପକ୍ଷରୁ ବି ସମର୍ଥନ କରାଯାଉଛି । ଆସନ୍ତା ୧ରେ ପାଟନାରେ ଏହି ରାଲି ଶେଷ ହେବ ଏବଂ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି । ଏହି ଯାତ୍ରାକୁ ଏକ ରାଜନୈତିକ ଅଭିଯାନ ନୁହେଁ ବରଂ ଏକ ସାମ୍ବିଧାନିକ ଯୁଦ୍ଧ ବୋଲି କଂଗ୍ରେସ କହିଛି । ଔରାଙ୍ଗାବାଦ, ଗୟା, ନାଳନ୍ଦା, ଶେଖପୁରା, ମୁଙ୍ଗେର, ଭାଗଲପୁର, ପୂର୍ଣ୍ଣିଆ, ଦରଭଙ୍ଗା, ସୀତାମଢି, ଚମ୍ପାରନ, ସିବନ, ଛାପ୍ରା ଓ ଆରା ରୁଟରେ ଯାଉଥିବା ଏହି ରାଲି ଆସନ୍ତା ସେପ୍ଟେମ୍ବର ୧ରେ ପାଟନାରେ ପହଞ୍ଚିବ । ଗତ ୧୭ରେ ସାସାରାମରୁ ଆରମ୍ଭ ହୋଇଥିଲା ଅଭିଯାନ ।