ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ୨୦୨୬ ସଂସ୍କରଣ ପୂର୍ବରୁ ଗିନିଜ୍ ବୁକ୍ ସେୟାର୍ କରିଛି ବିରାଟ କୋହଲିଙ୍କ ରେକର୍ଡ । ଯେଉଁ ରେକର୍ଡକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି । ଏନେଇ ଗିନିଜ୍ ବୁକ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରାଯାଇଛି ।
ଯେଉଁଥିରେ ବିରାଟ କୋହଲିଙ୍କ ୫ ଆଇପିଏଲ୍ ରେକର୍ଡର ତଥ୍ୟ ଉଲ୍ଲେଖ କରିଛି ଗିନିଜ୍ ବୁକ୍ । ଆଉ ଏବେ ଏହି ପୋଷ୍ଟ ଖୁବ୍ ଜୋରରେ ଭାଇରାଲ୍ ହେଉଛି । କୋହଲିଙ୍କୁ ଗିନିଜ୍ ବୁକ୍ ବାଦଶାହା ବୋଲି ମାନିଛି ।
ଏଥିସହ ପଢ଼ନ୍ତୁ: ଏହି କାରଣରୁ IPL 2026ର ପ୍ରଥମ ମ୍ୟାଚ୍ ବାତିଲ ହେବ! ୨୮ ମାର୍ଚ୍ଚରେ ବେଙ୍ଗାଲୁରୁରେ ହେବ…
ପ୍ରଥମ ରେକର୍ଡ: ବିରାଟ କୋହଲି ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ । ବିରାଟ ଏବେ ସୁଦ୍ଧା ୮୬୬୧ ରନ୍ ସଂଗ୍ରହ କରିଛନ୍ତି ।
ଦ୍ଵିତୀୟ ରେକର୍ଡ: ଆଇପିଏଲ୍ର ଗୋଟିଏ ସଂସ୍କରଣରେ ବିରାଟ ସର୍ବାଧିକ ସ୍କୋର୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ୨୦୧୬ ଆଇପିଏଲ୍ରେ କୋହଲି ୯୭୩ ରନ୍ କରିଥିଲେ ।
ତୃତୀୟ ରେକର୍ଡ: ଆଇପିଏଲ୍ ଇତିହାସରେ ସର୍ବାଧିକ ଶତକ ମାରିଛନ୍ତି ବିରାଟ କୋହଲି । ଏବେ ସୁଦ୍ଧା ବିରାଟ ୮ଟି ଶତକ ମାରିଛନ୍ତି ।
ଚତୁର୍ଥ ରେକର୍ଡ: କୋହଲି ଆଇପିଏଲ୍ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏବେ ସୁଦ୍ଧା ବିରାଟ କୋହଲି ୬୩ଟି ଅର୍ଦ୍ଧଶତକ ମାରିଛନ୍ତି ।
ପଞ୍ଚମ ରେକର୍ଡ: ସେହିଭଳି ଫିଲ୍ଡିଂ ବେଳେ କୋହଲି ସର୍ବାଧିକ ୧୧୭ଟି କ୍ୟାଚ୍ ଧରିଛନ୍ତି ।
ଏଥିସହ ପଢ଼ନ୍ତୁ: ଦିଲ୍ ଜିତିନେଲେ ପାଣ୍ଡ୍ୟା; ୱାଙ୍ଖଡେ ଗ୍ରାଉଣ୍ଡ ଷ୍ଟାଫଙ୍କୁ କାହିଁକି ଦେଲେ ଚେକ୍ ?
କୋହଲିଙ୍କ ଆଇପିଏଲ୍ କ୍ୟାରିୟର
ଏବେ ସୁଦ୍ଧା କୋହଲି ଆଇପିଏଲ୍ରେ ୨୬୭ଟି ମ୍ୟାଚ୍ ଖେଳିଛନ୍ତି । ୨୫୯ଟି ପାଳିରେ କୋହଲି ୩୯.୫୪ ପ୍ରତିଶତ ହାରରେ ୧୩୨.୮୫ ଷ୍ଟ୍ରାଇକ୍ ରେଟ୍ରେ ୮୬୬୧ ରନ୍ ସ୍କୋର୍ କରିଛନ୍ତି । ଏଥିରେ ୮ଟି ଶତକ, ୬୩ଟି ଅର୍ଦ୍ଧଶତକ ରହିଛି । ସର୍ବାଧି ଅପରାଜିତ ୧୧୩ ରନ୍ ସ୍କୋର୍ କରିଛନ୍ତି ବିରାଟ କୋହଲି ।
