ମେଲବୋର୍ଣ୍ଣ : ଆଜି ମେଲବୋର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ କ୍ରିକେଟ୍ ଟେଷ୍ଟ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ ସ୍ଥିତିରେ ଅଛନ୍ତି । ବିଶ୍ବ ଟେଷ୍ଟ ସିରିଜ୍ ଫାଇନାଲ ଦୌଡ଼ରେ ରହିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ଜରୁରୀ । ସେପଟେ ସିରିଜରେ ଆଗୁଆ ରହିବା ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳ ମଧ୍ୟ ପୂରା ଦମରେ ଲଢ଼େଇ କରୁଛି । ତେଣୁ ଉଭୟ ଦଳ ପାଇଁ ମ୍ୟାଚ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ହେଲେ ଏସବୁ ଟେନସନ୍ ଭିତରେ ଆଜି ସକାଳେ ପଡ଼ିଆ ଭିତରେ ଘଟିଛି ଏକ ଘଟଣା । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଘଟଣା ଏଇଆ ଯେ ଆଜି ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ନିଜର ପ୍ରଥମ ଟେଷ୍ଟ ଖେଳୁଛନ୍ତି ଓପ୍ନର ସାମ୍ କନଷ୍ଟାସ୍ । ଖେଳ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ମ୍ୟାଚର ୧୦ ଓଭର ଖେଳ ପରେ ଯେତେବେଳେ କନଷ୍ଟାସ ଭାରତୀୟ ଖେଳାଳିଙ୍କ ପାଖ ଦେଇ ଯାଉଥିଲେ ସେତେବେଳେ କୋହଲି ତାଙ୍କୁ ନିଜ କାନ୍ଧରେ ଧକ୍କା ମାରିଥିଲେ । ଏହାକୁ ନେଇ କନଷ୍ଟାସଙ୍କ ସହ କୋହଲିଙ୍କ ଯୁକ୍ତିତର୍କ ହୋଇଥିଲା । ଅମ୍ପାୟାର ଏବଂ ଅଷ୍ଟ୍ରେଲିଆର ଅନ୍ୟତମ ଓପ୍ନର ଉସମାନ ଖ୍ବାଜା ବୁଝାମଣା କରି ପରିସ୍ଥିତିକୁ ଶାନ୍ତ କରିଥିଲେ ।
"Have a look where Virat walks. Virat's walked one whole pitch over to his right and instigated that confrontation. No doubt in my mind whatsoever."
– Ricky Ponting #AUSvIND pic.twitter.com/zm4rjG4X9A
— 7Cricket (@7Cricket) December 26, 2024
ତେବେ ଏହି ଘଟଣା ଆଇସିସି ଆଚରଣବିଧି ଉଲ୍ଲଂଘନ କରୁଥିବାରୁ ଏହି ଦୁଇ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଅବଶ୍ୟ ଅମ୍ପାୟାର ଯଦି ଅଭିଯୋଗ କରନ୍ତି ତେବେ ଯାଇ କାର୍ଯ୍ୟାନୁଷ୍ଠାନ ହୋଇ ପାରେ । ଯଦି ଅମ୍ପାୟାର ଓ ମ୍ୟାଚ ରେଫରୀ ମିଳିତ ଭାବେ ରିପୋର୍ଟ କରନ୍ତି କି କୋହଲି ଜାଣିଶୁଣି କୋନଷ୍ଟାସଙ୍କୁ ଧକ୍କା ମାରିଛନ୍ତି ତେବେ ଏହି ଭାରତୀୟ ଖେଳାଳି ଦଣ୍ଡିତ ହେବାର ଆଶଙ୍କା ରହିଛି । କୋହଲିଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇ ପାରେ । ସେହିପରି ବିରାଟଙ୍କୁ କିଛି କହିଥିବାରୁ କୋନଷ୍ଟାସଙ୍କୁ ମଧ୍ୟ ଦଣ୍ଡ ମିଳିପାରେ ।
This is pure #ToughestRivalry vibes! 🥶#AUSvINDOnStar 👉 4th Test, Day 1 LIVE NOW! | #BorderGavaskarTroph pic.twitter.com/7m2ilANuu5
— Star Sports (@StarSportsIndia) December 26, 2024
ଏହି ମ୍ୟାଚରେ ୧୯ ବର୍ଷ ବୟସ୍କ ବ୍ୟାଟର କୋନଷ୍ଟାସ ୬୦ ରନର ଗୁରୁତ୍ବପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି । ତେବେ ଘଟଣା ପରେ ସେ କହିଛନ୍ତି କି ମୁଁ କ୍ରିଜର ଅନ୍ୟପଟକୁ ଯିବା ବେଳେ ହାତ ଗ୍ଲୋଭସକୁ ସଜାଡୁଥିଲି । ଏତିକି ବେଳେ କୋହଲିଙ୍କ କାନ୍ଧ ମୋ ଦେହରେ ବାଜିଲା । ଏହା କିଛି ବଡ଼ କଥା ନୁହେଁ । ପଡ଼ିଆରେ ଏମିତି ଘଟିଥାଏ ।