ନନ୍ଦିଘୋଷ ବ୍ୟୁରୋ: ନିଜ ବାହାଘରରେ ଧୁମ ନାଚିଲେ ବର । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ବିଭିନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି । ତେବେ ସାଧାରଣତଃ ବାହାଘରରେ ବରର ସାଙ୍ଗ ସାଥୀ ଏବଂ ବନ୍ଧୁ ପରିଜନମାନେ ନାଚିଥାନ୍ତି । କିନ୍ତୁ ଭିଡିଓରେ ବର ଜଣ ବେଶ ମନଖୋଲି ନାଚୁଥିବା ନଜର ଆସିଛନ୍ତି । ବର ତାଙ୍କ ବିବାହ ଶୋଭାଯାତ୍ରାରେ ରଥ ଉପରେ ଠିଆ ହୋଇ ଢୋଲର ତାଳେ ତାଳେ ନାଚୁଛନ୍ତି। ସେହି ସମୟରେ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଅଟକି ଏହି ନୃତ୍ୟର ମଜା ନେଉଛନ୍ତି। ଏହା ବ୍ୟତୀତ କିଛି ଲୋକ ନିଜ ଘରର ଛାତ ଉପରୁ ମଧ୍ୟ ଏହି ନୃତ୍ୟ ଦେଖୁଛନ୍ତି। ତେବେ ଏହି ଭିଡିଓକୁ ମୋବାଇଲରେ ଉଠାଇ ଅପଲୋଡ କରାଯାଇଥିବାବେଳେ ଏବେ ଏହା ବେଶ ଭାଇରାଲ ହେବାରା ଲାଗିଛି । ତେବେ ଏହା କେଉଁଠାର କିଛି ଜଣା ପଡ଼ିନାହିଁ ।