ସଂଚାର ବ୍ୟୁରୋ: ପୁରୀର ନୂଆ ଏସପି ଭିନୀତ ଅଗ୍ରୱାଲ । ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି l ଆଜି ସନ୍ଧ୍ୟାରେ ପୁରୀରେ ପହଞ୍ଚିବା ପରେ ପୋଲିସ କର୍ମୀ ଓ ସେବାୟତଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା l ଆସନ୍ତାକାଲି ସେ ଵିଧିବଦ୍ଧ ଭାବେ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବେ l ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ପାଇଥିବାରୁ ସେ ନିଜକୁ ଧନ୍ୟମନେ କରିଥିବା କହିଛନ୍ତି l ଚଳିତବର୍ଷ ଶୃଙ୍ଖଳିତ ଦୁର୍ଗାପୂଜା, ସେବାୟତଙ୍କ ସହ ଉତ୍ତମ ସମନ୍ୱୟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଏକ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ସେ କହିଛନ୍ତି l