Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଭାଇରାଲ ହେଉଛି ବିକ୍ରାନ୍ତ ମେସୀଙ୍କ ଭିଡ଼ିଓ

Sanchar Live by Sanchar Live
August 4, 2024
in ମନୋରଞ୍ଜନ
0
ଭାଇରାଲ ହେଉଛି ବିକ୍ରାନ୍ତ ମେସୀଙ୍କ ଭିଡ଼ିଓ
0
SHARES
2
VIEWS
FacebookTwitter

ସଂଚାର ବ୍ୟୁରୋ: ଟିଭିରୁ ବଲିଉଡକୁ ଯାତ୍ରା କରିଥିବା କିଛି ଷ୍ଟାରମାନଙ୍କ ମଧ୍ୟରୁ ବିକ୍ରାନ୍ତ ମେସୀ ଅନ୍ୟତମ । ପୂର୍ବରୁ ଟିଭିରେ ସାଇଡ୍ ରୋଲ୍ କରିଥିବା ବିକ୍ରାନ୍ତ ଓଟିଟି ଏବଂ ପରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାରେ ଲାଗିଛନ୍ତି । ନିକଟରେ ବିକ୍ରାନ୍ତ ମେସୀ ଫିଲ୍ମ ’12th Fail’ ରେ ତାଙ୍କର ସୁନ୍ଦର ଅଭିନୟ ଯୋଗୁ ଚର୍ଚ୍ଚାରେ ଆସିଥିଲେ ।

ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । କିନ୍ତୁ, ବର୍ତ୍ତମାନ ଅଭିନେତା ଅନ୍ୟ କୌଣସି କାରଣରୁ ଖବରରେ ଅଛନ୍ତି । ସୋସିଆଲ ମିଡିଆରେ ବିକ୍ରାନ୍ତ ମେସୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ ‘ରୋଡିଜ୍’ ହୋଷ୍ଟ ରଘୁ ରାମ ତାଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସେମାନଙ୍କ ଝଗଡାର କାରଣ କ’ଣ ଜାଣିବାକୁ ଚାହୁଁଛନ୍ତି ।

ଭିଡିଓରେ ବିକ୍ରାନ୍ତ ମେସୀ ଏକ ସେଟରେ ନଜର ଆସିଛନ୍ତି ଏବଂ ରଘୁ ରାମ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ଭିଡିଓ ଦେଖିଲେ ଲାଗୁଛି ଯେପରି ଉଭୟ ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଭିଡିଓରେ ବିକ୍ରାନ୍ତ ମେସୀ କହୁଛନ୍ତି, ‘ୟାର ଅର୍ଜୁନ, ଯଦି ସେ ଏହିପରି ବକ୍‌ବାସ କଥା କୁହନ୍ତି, ମୁଁ ଯାଉଛି । ଏହା ଶୁଣି ରାଘୁ ଆହୁରି ଅଧିକ ରାଗି ଯାଇ କହୁଛନ୍ତି, ‘ସବୁ ବେଳେ ଏପରି ତୁମର ଚାଲିବ ନାହିଁ, ଏଠାରୁ ବାହାରକୁ ଯାଅ ।’ ମୁଁ ଯାହା କହିବାକୁ ଚାହେଁ ମୁଁ କହିବି । ଚାଲ୍‌ ଘରକୁ ଯାଅ । ତେବେ ଏହାର ଉତ୍ତରରେ ବିକ୍ରାନ୍ତ କହୁଛନ୍ତି, ‘ତୁମେ ନିଜକୁ କ’ଣ ବୋଲି ଭାବୁଛ ?’ ଆଜି ମୁଁ ଏଠାରେ ଅଛି, ସେଥିପାଇଁ ତୁମେ ମଧ୍ୟ ଏଠାରେ ଅଛ । ଏପରି ବିଭିନ୍ନ ପ୍ରକାରର କଥା ଏହି ଭିଡିଓରେ ଦେଖିବାକୁ ମିଳୁଛି ।

ଏହା ପରେ, ରଘୁ ରାମ ଅଧିକ ରାଗି ଯାଉଛନ୍ତି, ଯାହା ପରେ ସେ ହାତରେ ଧରିଥିବା ଖାଇବାକୁ ତଳେ ଫୋପାଡି ଦେଇ ଦୁର୍ବ୍ୟବହାର କରିବାକୁ ଲାଗୁଛନ୍ତି । ଯାହାକୁ ଦେଖି ବିକ୍ରାନ୍ତ ମଧ୍ୟ କହୁଛନ୍ତି ଯେ, ‘ସେ ପାଗଳ, ସେ ଏହିପରି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି ଭିଡିଓକୁ ଅନେକ ଲୋକ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । କେହି କେହି ଏହା ଏକ ପ୍ରଚାର ପ୍ରସାର ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ଅସଲି ବୋଲି କହୁଛନ୍ତି ଏବଂ ରଘୁ ରାମଙ୍କୁ ଟାର୍ଗେଟ କରୁଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବିକ୍ରାନ୍ତ ମେସୀ ତାଙ୍କ ଅପ୍‌କମିଂ ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଫିଲ୍ମଟି ଅଗଷ୍ଟ ୯ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସନ୍ନି କୌଶଲ ମଧ୍ୟ ଏଥିରେ ନଜର ଆସିବେ । ଏହା ବ୍ୟତୀତ ଜିମି ଶେର୍ଗିଲ, ଆଦିତ୍ୟ ଶ୍ରୀବାସ୍ତବଙ୍କ ପରି ଅଭିନେତାମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

Tags: bikrant mesiviral
ShareTweetShareSend
Sanchar Live

Sanchar Live

Next Post
ଘନେଇଲା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

ଘନେଇଲା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ
  • ଅଗଷ୍ଟ ୩ରେ ହେବ ନିଟ୍-ପିଜି ପରୀକ୍ଷା
  • ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ
  • ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ
  • ମେଗା ନିଯୁକ୍ତି ମେଳାରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.