ସଂଚାର ବ୍ୟୁରୋ : ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ବିରାଟ ରାଲି। ଆଜି ତାମିଲନାଡୁର ଇରୋଡ୍ ରେ ଏହି ରାଲିର ଆୟୋଜନ କରାଯାଇଛି। ଏଥିରେ ଲକ୍ଷାଧିକ ଲୋକ ଯୋଗ ଦେଇଛନ୍ତି। କରୁର୍ ଦଳାଚକଟା ପରେ ଏହା ହେଉଛି ବିଜୟଙ୍କ ପ୍ରଥମ ରାଲି। ପୂର୍ବରୁ ସେହି ଅଘଟଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କରୁରରେ ବିଜୟ ବହୁ ଡେରି ଆସିବାରୁ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଥିଲା। ସେପଟେମ୍ଵର ୨୭ରେ ହୋଇଥିବା ରାଲିରେ ଦଳାଚକଟା ହୋଇ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର କାରଣ ମଧ୍ୟରେ କୁହାଯାଇଥିଲା, ଦିନ ୧୨ଟାରେ ରାଲି ହେବାର ଥିଲେ ମଧ୍ୟ ବିଜୟ ଆସିଥିଲେ ସଂଧ୍ୟା ୭ଟାରେ । ତେଣୁ ଦଳାଚକଟା ହୋଇଥିଲା। ଏହା ପରେ ଆଜି ଇରୋଡ୍ ରେ ସମାବେଶ କରୁଛନ୍ତି ବିଜୟ। ୨୦୨୬ ନିର୍ବାଚନରେ ସେ ଏକ ନୂଆ ବିକଳ୍ପ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛନ୍ତି।

