ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ। ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ରାସୋଳ ଥାନା ଗଣ୍ଡାନାଳୀ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଶଶିଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଜମିବାଡ଼ି ବିବାଦର ବନ୍ଦୋବସ୍ତ ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।
ସୂଚନା ମୁତାବିକ ଆରଆଇ ଆଜି (ବୁଧବାର) ସକାଳେ ନିଜ କାର୍ଯ୍ୟାଳୟରେ ୪ଟି ମ୍ୟୁଟେଶନ କେସ୍ ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ନୁଆବଗ ଗ୍ରାମର ଅଷ୍ଟମୀ ସାହୁଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କର ଗଣ୍ଡାନାଳୀସ୍ଥିତ ସରକାରୀ କାର୍ଯ୍ୟାଳୟ, ଢେଙ୍କାନାଳ ସହରସ୍ଥିତ ସତ୍ସଙ୍ଗ ବିହାର ଓ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଖଙ୍କର ଗ୍ରାମରେ ଥିବା ତାଙ୍କର ପୈତୃକ ଗ୍ରାମରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।

