ସଂଚାର ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍ । ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ ଏବଂ ଗଞ୍ଜାମର ୮ଟି ସ୍ଥାନରେ ଚଢାଉ ଚାଲିଛି । ସୁନ୍ଦରଗଡ଼ରେ ୩ ମହଲା ଘର, ରାଉରକେଲା ଗୋପବନ୍ଧୁ ନଗରରେ ଦୁଇ ମହଲା ଘର, ଭୁବନେଶ୍ୱର ଘାଟିକିଆରେ ଦୁଇଟି ଫ୍ଲାଟ, ଗଞ୍ଜାମରେ ପୈତୃକ ଘର, ଗଞ୍ଜାମରେ ଶ୍ବଶୁର ଘର, ଅନୁଗୁଳର ସରକାରୀ କ୍ଵାଟର, ଏବଂ ଅନୁଗୁଳର ଅଫିସରେ ଚଢାଉ ଜାରି । ରେଡରେ ସାମିଲ ଅଛନ୍ତି ୩ ଜଣ DSP, ୧୦ ଜଣ ଇନ୍ସପେକ୍ଟର, ଏବଂ ୪ଜଣ ASI।