ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ରୁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ବସଟି ନିୟନ୍ତ୍ରଣ ହରାଇ ଭିକିୟାସେନ୍ ନିକଟରେ ଥିବା ଘାଟିକୁ ଖସି ପଡିଥିବା ସୂଚନା ମିଳିଛି । ସୂଚନା ପାଇବା ପରେ ତୁରନ୍ତ SDRFଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହ ଅନେକ ଆହତମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।
ସୂଚନାନୁଯାୟୀ, ବସଟି ଭିକିୟାସେନରୁ ରାମନଗର ମୁଖେ ଯାତ୍ରା କରୁଥିଲା । ସେହି ସମୟରେ ଭିକିୟାସେନ ବିନାୟକ ଜଲାଲି ମୋଟର ରୋଡର ଶିଳାପାଣି ନିକଟରେ ଏହି ଦୁର୍ଘଟଣାଟି ଘଟିଥିଲା । ଯାହା ପ୍ରାୟ ସକାଳ ୬ଟାରେ ଦେଖିବାକୁ ମିଳିଥିଲା । ବସଟି ଦ୍ବାରହାଟରୁ ନିୟନ୍ତ୍ରଣ ହରାଇ ଗଭୀର ଖାଇରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୬ ରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅନେକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ନିଶ୍ଚିତକରଣ ପାଇଁ ବର୍ତ୍ତମାନ ଅପେକ୍ଷା କରାଯାଇଛି । ଏହାରି ମଧ୍ୟରେ ବିପର୍ଯ୍ୟୟ ଅଧିକାରୀ ବିନୀତ ପାଲ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।

