Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶଙ୍ଖ ଭବନରେ ଓଡିଶା ଦିବସ ପାଳିତ

Sanchar Live by Sanchar Live
April 1, 2025
in ଓଡିଶା
0
ଶଙ୍ଖ ଭବନରେ ଓଡିଶା ଦିବସ ପାଳିତ
0
SHARES
11
VIEWS
FacebookTwitter

ଭୁବନେଶ୍ୱର: ଦେଶାତ୍ମବୋଧ ସଂଗୀତ ଗାନ,ବରପୁତ୍ର ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ବିଶିଷ୍ଟ ଓଡ଼ିଆ ମାନଙ୍କ ସମ୍ବର୍ଦ୍ଧନା ପର୍ବ ସହ ପବିତ୍ର ଓଡିଶା ଦିବସ ଆଜି  ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ରେ ସମାରୋହ ସହକାରେ ପାଳିତ ହୋଇ ଯାଇଛି।

ଏହି ଭବ୍ୟ ସମାବେଶକୁ  ସମ୍ବୋଧିତ କରି ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ଓଡିଶା ଦିବସ ର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟନାୟକ କହିଥିଲେ  ଯେ  ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଓଡିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ।

ପଟନାୟକ କହିଥିଲେ ଯେ ଆମର ପୂର୍ବ ସୁରୀ ମାନଙ୍କର ସ୍ୱପ୍ନ ଥିଲା ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡିଶା ।  ସେହି ସ୍ବପ୍ନ ପୂରଣ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ୨୦୦୦ ରୂ ୨୦୨୪  ଥିଲା ଓଡିଶା ବିକାଶ ର ନୂଆ ଯୁଗ। ଆଜି ଦେଶର ବିକାଶ ଯାତ୍ରାରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି । ଓଡିଆମାନେ ଦେଶ ବିଦେଶରେ ଓଡିଶାର ପରିଚୟକୁ ଆଜି ଉଜ୍ୱଳ କରୁଛନ୍ତି । ଏହି ସମୟ ମଧ୍ୟରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା । ଓଡିଆ ବିଶ୍ଵବିଦ୍ୟାଳୟ  ପ୍ରତିଷ୍ଠା ହେଲା  ।  ଦେଶ ର ବିଭିନ୍ନ ବିଶ୍ୱବିଦ୍ୟାଳୟ ରେ ଓଡିଆ ଭାଷା ଉପରେ ଗବେଷଣା ପାଇଁ ନୂଆ ନୂଆ Chair ପ୍ରତିଷ୍ଠା କରାଗଲା ।

ଉତ୍କଳ ଗୌରବ ଓ ଉତ୍କଳମଣି ଙ୍କ ଜନ୍ମ ପୀଠ ର  ବିକାଶ  ଓଡ଼ିଆ ସ୍ୱାଭିମାନର ଜୟଗାନ କରୁଛି  ବୋଲି ମତ ଦେବା ସହ  ସ୍ୱାଭିମାନ ର ସହ ଆମେ ଓଡ଼ିଆ ବୋଲି କହିବାକୁ ଆହ୍ୱାନ ଦେଇଥିଲେ।ସେ  କହିଥିଲେ ଯେ ଗତ ଚବିଶ ବର୍ଷ ମଧ୍ୟରେ .କୃଷି, ପୁଞ୍ଜି ନିବେଶ, ଭିତ୍ତିଭୂମି, ଅର୍ଥନୀତି, କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ  ବିପର୍ଯୟ ପରିଚାଳନା ସହିତ ବିକାଶର ବିଭିନ୍ନ ସୂଚକଙ୍କ ରେ ଓଡିଶା ଆଗରେ ଅଛି ।  ଏହି ସମୟ ମଧ୍ୟରେ ଆମର ସବୁଠାରୁ ବଡ ସଫଳତା ହେଉଛି ଗରିବୀ  ହ୍ରାସ। ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କୁ କମିଛି । ଓଡିଶା ଆଜି ଏକ ମଜବୁତ ଭିତ୍ତି ଉପରେ ଆଗକୁ ବଢୁଛି । ଓଡିଶାର ବିକାଶକୁ କେହି ରୋକି ପାରିବେ ନାହିଁ  ବୋଲି ଶ୍ରୀ ପଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ର ଶହେ ବର୍ଷ ସମ୍ପର୍କ ରେ ଉଲ୍ଲେଖ କରି ଶ୍ରୀ ପଟନାୟକ  କହିଥିଲେ ଯେ ଆଉ ଅଳ୍ପ କିଛି ବର୍ଷ ପରେ ସ୍ୱତନ୍ତ୍ର ଓଡିଶା ତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ ।  ମହାନ ଜନ ନାୟକ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଓଡିଶାକୁ  ଏସିଆର ଏକ ନମ୍ବର ରାଜ୍ୟ କରିବା । ସମସ୍ତଙ୍କ ସହଯୋଗ ରହିଲେ, ଉଦ୍ୟମ ରହିଲେ,   ବିଜୁ ବାବୁଙ୍କ ଏହି   ସ୍ବପ୍ନ ନିଶ୍ଚୟ ପୁରଣ ହେବ ବୋଲି  ଶ୍ରୀ  ମୋର ଦୃଢ ଆଶା ବ୍ୟକ୍ତ କରିଥିଲେ ।ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଡକ୍ଟର ଦିନେଶ ଷଡଙ୍ଗୀ, କବୟିତ୍ରୀ ଡକ୍ଟର ମିନି ଷଡଙ୍ଗୀ ଏବଂ ଏଭେରେଷ୍ଟ ବିଜୟିନୀ ମମତା ରାଉତ ଙ୍କୁ  ସେମାନଙ୍କ ଅବଦାନ ପାଇଁ ଶ୍ରୀ ନବୀନ ପଟନାୟକ  ଉପାୟନ  ମାନପତ୍ର ଦେଇ  ସମ୍ବର୍ଦ୍ଧିତ କରିଥିଲେ।

ସମ୍ବର୍ଦ୍ଧନା ର ଉତ୍ତର ରେ ଡ଼କ୍ଟର ପଟନାୟକ ଓ ଡାକ୍ତର ଷଡ଼ଙ୍ଗୀ  ଓଡିଶା ଭାଷା ର ବ୍ୟାପକ ବ୍ୟବହାର ଓ ବିଛିନ୍ନା ଞ୍ଚଳ ର ଓଡ଼ିଆ ମାନଙ୍କ ସମସ୍ୟା ଉପରରେ ଆଲୋକପାତ କରିଥିଲେ।ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି  କାର୍ଯ୍ୟକ୍ରମ ରେ  ଅନ୍ୟମାନଙ୍କ ମଧ୍ୟରେ  ପୂର୍ବତନ ମନ୍ତ୍ରୀ  ଶ୍ରୀ ଦେଵୀପ୍ରସାଦ  ମିଶ୍ର ,ଉଦବୋଧନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ

Tags: bjdodishasankhabhawanutkal divas
ShareTweetShareSend
Sanchar Live

Sanchar Live

Next Post
କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ, ୩ଟି ସୋ’ରୁମ୍ ରେ ନିଆଁ

କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ, ୩ଟି ସୋ’ରୁମ୍ ରେ ନିଆଁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.