Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କିଏ ପାଣିରୁ ବାହାରିବା ପାଇଁ ଚେଷ୍ଟା କରୁଛି ତ କିଏ ଜୀବନ ମରଣ ସହ ସଂଘର୍ଷ କରୁଛି, ଉତ୍ତରାଖଣ୍ଡର କରୁଣ କାହାଣୀ

Sanchar Live by Sanchar Live
August 6, 2025
in ଭାରତ
0
କିଏ ପାଣିରୁ ବାହାରିବା ପାଇଁ ଚେଷ୍ଟା କରୁଛି ତ କିଏ ଜୀବନ ମରଣ ସହ ସଂଘର୍ଷ କରୁଛି, ଉତ୍ତରାଖଣ୍ଡର କରୁଣ କାହାଣୀ
0
SHARES
99
VIEWS
FacebookTwitter

ସବୁକିଛି ସରିଗଲା ଆଉ କିଛି ନାହିଁ..ସବୁ ଛାରଖାର ହୋଇଗଲା…. ଏ ହେଉଛି ଉତ୍ତରକାଶୀର ଧରାଲି ଗାଁରେ ବାଦଲଫଟା ବର୍ଷା ଯୋଗୁଁ ହୋଇଥିବା ଧ୍ୱଂସାବଶେଷକୁ ଦେଖିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କଥା । ମଙ୍ଗଳବାର ଧରାଲିରେ ହୋଇଥିବା ଧ୍ୱଂସାବଶେଷ ପରେ, ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ କ୍ରନ୍ଦନ, ଭୟଙ୍କର ଚିତ୍କାର ସ୍ପଷ୍ଟ ଭାବରେ ଶୁଣାଯାଉଛି । ଅନ୍ୟ କିଛି ଲୋକ ଚିତ୍କାର କରୁଥିବା, ଦୌଡ଼ୁଥିବା ଏବଂ ନିଜ ଜୀବନ ବଞ୍ଚାଇବାର ଦେଖିବାକୁ ମିଳୁଛି ।

କିଏ ପାଣିରୁ ବାହାରିବା ପାଇଁ ଚେଷ୍ଟା କରୁଛି ତ କିଏ ଜୀବନ ମରଣ ସହ ସଂଘର୍ଷ କରୁଛି । ଏହି ଘଟଣା ୨୦୧୩ର କେଦାରନାଥ ବିପର୍ଯ୍ୟୟକୁ ପୁଣିଥରେ ମନରେ ତାଜା କରିଦେଇଛି । ଯୁଆଡେ ଦେଖିବ ପାଣି ଆଉ ମାଟି । ସବୁଠାରେ ଦେଖାଯାଉଥାଏ କେବଳ ଘର ଗୁଡିକର ଛାତ ଆଉ ସବୁ ମାଟିତଳେ ଧସି ହୋଇଯାଇଛି । ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ ଥିଲା ଏ ଦୃଶ୍ୟ । ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ତାଙ୍କ ଜୀବନରେ ଏଭଳି ଭୟଙ୍କର ଦୃଶ୍ୟ କେବେ ଦେଖି ନାହାଁନ୍ତି ।

ହଁ ଆଜ୍ଞା, ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ । ରାଗିଲା ପ୍ରକୃତି, ରଚିଲା ପ୍ରଳୟ । ଛାରଖାର ଉତ୍ତରକାଶୀ । ବାଦଲଫଟା ବର୍ଷାରେ ଧରାଶାୟୀ ଉତ୍ତରକାଶୀର ଧରାଲି । ଭସ୍ଖଳନ ପରେ ଆସୁଛି ଭୟଙ୍କର ଦୃଶ୍ୟ । ଆଁ କରି ରହିଛି ରାସ୍ତାଘାଟ । ୮ରୁ ୧୧ ଜଣ ଯବାନଙ୍କ ସହ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବିପର୍ଯ୍ୟୟରେଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୧୫୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଛି । ଭାସିଯାଇଛି ଘରଦ୍ୱାର, ଦୋକାନ ବଜାର ଓ ହୋଟେଲ । ଧରାଲି ଗାଁରେ ତାଣ୍ଡବ ରଚିଛି ବାଦଲ ଫଟା ବର୍ଷା ।

ତେବେ ଏହା ଭିତରେ ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ତଳ ହର୍ଷିଲ ଘାଟି ଅଞ୍ଚଳର ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ବ୍ୟବହାର କରାଯାଉଛି । ତେବେ ଏଭଳି ବିପଦ ସମୟରେ ଯବାନମାନେ ହିଁ ଲୋକଙ୍କ ସାହା ହୋଇ ଠିଆ ହୁଅନ୍ତି । କିନ୍ତୁ ଏଠାରେ ଯବାନମାନେ ବି ନିଖୋଜ ଅଛନ୍ତି । ହର୍ଷିଲ ପୋଷ୍ଟରେ ଅବସ୍ଥିତ ଭାରତୀୟ ସେନା ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥିଲା ।

ମାତ୍ର ୧୦ ମିନିଟ୍ ମଧ୍ୟରେ ଗାଁରେ ଲୋକଙ୍କ ସହାୟତା ପାଇଁ ପହଞ୍ଚିଥିଲା ଭାରତୀୟ ସେନା । ଯେଉଁଥିରେ ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା କରାଯାଉଛି । ତେବେ ଏହି ବନ୍ୟା କାରଣରୁ ଭାରତୀୟ ସେନାର ଶିବିର ଓ ଉଦ୍ଧାରକାରୀ ଦଳର କିଛି ଲୋକ ପ୍ରଭାବିତ ହୋଇଥିଲେ । ସେଥିମଧ୍ୟରୁ କିଛି ନିଖୋଜ ମଧ୍ୟ ଅଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ କିଛି ଭାରତୀୟ ସେନା ନିଖୋଜ ହେବା ପରେ ମଧ୍ୟ ଅନ୍ୟ ଭାରତୀୟ ସେନା କର୍ମଚାରୀମାନେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଉତ୍ତରକାଶୀ ଜିଲ୍ଲା ଧରାଲୀ ଗାଁର ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ବାଦଳ ଫାଟିବାରୁ ତୀବ୍ର ବନ୍ୟା ଏବଂ ମାଟି ଧସିଛି । ପାହାଡ଼ରୁ ଅଚାନକ ପାଣି ମାଡ଼ି ଆସି ଗାଁରେ ଥିବା ଘରଗୁଡିକୁ ଭସାଇ ନେଇଛି । ବଜାରଠାରୁ ଆରମ୍ଭ କରି ହୋଟେଲ ସବୁକିଛି ବନ୍ୟା ଓ ଭୂସ୍ଖଳନରେ ଛାରଖାର ହୋଇଯାଇଛି । ଜୋରସୋର ଚାଲିଛି ଉଦ୍ଧାର କାର୍ଯ୍ୟ । ଏସଡିଆରଏଫ, ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରେସକ୍ୟୁରେ ସାମିଲ ଅଛନ୍ତି ITBP ଯବାନ ।

ତେବେ ପ୍ରବଳ ବର୍ଷା ଲାଗିରହିଥିବାରୁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ୯ ତାରିଖ ଯାଏ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସ୍ଥିତି ଉପରେ ନଜର ରଖିଛନ୍ତି । ମଙ୍ଗଳବାର ଦିନ ଉତ୍ତରକାଶୀର ଧରାଲି ଗାଁରେ ମେଘ ଫାଟିବା ଯୋଗୁଁ ଖୀର ଗଙ୍ଗା ନଦୀରେ ବନ୍ୟା ଆସିବାରୁ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ଜଣ ନିଖୋଜ ଅଛନ୍ତି । ୧୩୮ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଶାସନ ପକ୍ଷରୁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେହିଭଳି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ସକାଳେ ଉତ୍ତରକାଶୀରେ ପହଞ୍ଚି ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ଉତ୍ତରକାଶୀରେ ହୋଇଥିବା କ୍ଷୟକ୍ଷତି ପରେ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ପ୍ରଭାବିତଙ୍କୁ ଶୀଘ୍ର ଏବଂ ଉପଯୁକ୍ତ ସହାୟତା ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହି ସମୟରେ, ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି, ଯାହାକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।

ଏହି ମର୍ମନ୍ତୁଦ ପ୍ରାକୃତିକ ବିପର୍ଯ୍ୟୟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ ଭୟରେ ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି । ବାଦଲଫଟା ବର୍ଷା ଯୋଗୁଁ ଏଭଳି ବନ୍ୟା ଆସିଥିଲା ଯେ ସମ୍ପୂର୍ଣ୍ଣ ଧରାଲି ୩୪ ସେକେଣ୍ଡ ମଧ୍ୟରେ ନଷ୍ଟ ହୋଇଯାଇଥିଲା । ଅନ୍ୟପଟେ ତେବେ ପ୍ରବଳ ବର୍ଷା ଲାଗିରହିଥିବାରୁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ କେନ୍ଦ୍ରୀୟ ସହାୟତା ପାଇଁ ଘୋଷଣା କରିଛନ୍ତି ।

Tags: floodUttarakhanda
ShareTweetShareSend
Sanchar Live

Sanchar Live

Next Post
ସତରେ କଣ ପାରିବାରିକ କଳହ ପାଇଁ ହୁଏନି କି ନିଦ?

ସତରେ କଣ ପାରିବାରିକ କଳହ ପାଇଁ ହୁଏନି କି ନିଦ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.