ସଂଚାର ବ୍ୟୁରୋ: ବସ୍ ଓ ପିକ୍ଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ଯୁ। ୩୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଘଟିଛି ଏ ସଡ଼କ ଦୁର୍ଘଟଣା। ଉତ୍ତରପ୍ରଦେଶର ସଲେମପୁର ଅଞ୍ଚଳରେ ଏକ ଘରୋଇ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେମାନଙ୍କୁ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଗାଜିଆବାଦର ଏକ କମ୍ପାନୀରୁ ପିକ୍ଅପ୍ ଭ୍ୟାନ୍ରେ ୨୦ରୁ ୨୨ ଲୋକେ ବସି ରାକ୍ଷୀ ପୂର୍ଣ୍ଣିମା ପାଳନ ଲାଗି ଅଲୀଗଡ଼଼ ଯାଉଥିଲେ। ଏହି ସମୟରେ ଶିକାରପୁରରୁ ଆସୁଥିବା ଏକ ଘରୋଇ ବସ୍ ଆଗପଟୁ ଧକ୍କା ଦେଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ପିକ୍ଅପ୍ ଭ୍ୟାନ୍ଟି ବିଲକୁ ଓଲଟି ପଡିଥିଲା। ଏଥିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ରେ ଥିବା କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।