ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଜାମୁ ଓ କାଶ୍ମୀରର ଉରି ଅଞ୍ଚଳ ବ୍ୟାପକ ପ୍ରଭାବିତ। କିଛି ଦିନ ତଳେ ଉରିରେ ପାକିସ୍ତାନୀଙ୍କ ପକ୍ଷରୁ ହୋଇଥିବା ଗୁଳିଗୋଳା ମାଡରେ ଉରିର ବ୍ଯାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ଘର ବି ଭାଙ୍ଗିଯାଇଥିଲା। ଆଜି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି। ଉରିର ବହୁ ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏପରିକି ଲୋକେ ବାହାରେ ଆଶ୍ରୟ ନେଇଥିବା ଦେଖାଯାଇଛି।