ସଂଚାର ବ୍ୟୁରୋ: ଆମେରିକାର ହାର୍ଭାର୍ଡ ବିଶ୍ଵବିଦ୍ୟାଳୟରେ ନାମଲେଖା ଉପରେ ରୋକ ଲଗାଇଲା ଟ୍ରମ୍ପ ପ୍ରଶାସନ। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କ ନାମ ଲେଖା ଉପରେ ରୋକ ଲଗାଇଛି। ଗୃହ ସୁରକ୍ଷା ବିଭାଗ ଦ୍ୱାରା ବିଶ୍ୱବିଦ୍ୟାଳୟ ଉପରେ ଚାଲିଥିବା ତଦନ୍ତ ଭାବରେ ଏହା କରାଯିବ ବୋଲି କହିଛନ୍ତି ଟ୍ରମ୍ପ। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟକୁ ଏକ ଚିଠି ପଠାଯାଇଛି। ହାର୍ଭାର୍ଡକୁ ହିଂସା, ଇହୁଦୀ ବିରୋଧୀ ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ଏହାର କ୍ୟାମ୍ପସରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହିତ ସମନ୍ୱୟ ରଖିବା ପାଇଁ ଦାୟୀ କରୁଛି ବୋଲି କହିଛି ଟ୍ରମ୍ପ ପ୍ରସାସନ। ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରମାନଙ୍କୁ ନାମ ଲେଖାଇବା ଏହାର ବିଶେଷାଧିକାର ନୁହେଁ। ବିଦେଶୀ ଛାତ୍ରମାନଙ୍କଠାରୁ ଅଧିକ ଶିକ୍ଷା ଫି ଦ୍ଵାରା ବିଶ୍ଵବିଦ୍ୟାଳୟର ସମ୍ପତ୍ତିକୁ ବୃଦ୍ଧି ହୋଇଚାଲିଛି। ଯଦି ହାର୍ଭାର୍ଡ ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଛାତ୍ର ଏବଂ ପରିଦର୍ଶକ ଅଦଳବଦଳ କାର୍ଯ୍ୟକ୍ରମ ପ୍ରମାଣପତ୍ର ପୁନଃପ୍ରାପ୍ତ କରିବାକୁ ଚାହୁଁଛି, ତେବେ ସେମାନେ ୭୨ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ଉଚିତ ବୋଲି କହିଛି ପ୍ରସାସନ। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ପୂର୍ବରୁ ଥିବା ଛାତ୍ରମାନେ ଅନ୍ୟ ଅନୁଷ୍ଠାନକୁ ସ୍ଥାନାନ୍ତରିତ ହେବେ ନଚେତ୍ ସେମାନଙ୍କର ଆଇନଗତ ସ୍ଥିତି ହରାଇବେ ବୋଲି ଗୃହ ସୁରକ୍ଷା ବିଭାଗ କହିଛି।ସେପଟେ ହାର୍ଭାର୍ଡ ବିଶ୍ଵବିଦ୍ୟାଳୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଛି।

