କୋରାପୁଟ ଜିଲ୍ଲା ଜୟପୁରସଦର ଥାନା ଅନ୍ତର୍ଗତ ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକରେ ୪ ଜଣ ଯୁବକ ଯାଉଥିବାବେଳେ ମାଡ଼ିଗଲା ମାଲବାହୀ ଟ୍ରକ୍। ଟ୍ରକ୍ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତମାନଙ୍କର ପରିଚୟ ମିଳିନାହିଁ। ମୃତକମାନେ ହେଲେ ବୋଇପରିଗୁଡ଼ା ବ୍ଲକ ବିଚଲକଟା କଲୋନୀର ଧୋବା ପରଜା, ଘାସି ପରଜା, ନକିଆ ପରଜା ଓ ବୁଟି ପରଜା।
ଆଜି ସକାଳେ ପ୍ରତିଦିନ ଭଳି ଆଜି ବି ଦିନ ମଜୁରିଆ ଭାବେ କାମ କରିବା ପାଇଁ ୪ଜଣ ଯୁବକ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକଟି ଦ୍ରୁତ ଗତିରେ ଆସି ୪ ଜଣଙ୍କୁ ଧକ୍କା ଦେଇଥିଲା। ୪ଜଣ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ଟ୍ରକଟି ସେମାନଙ୍କ ଉପରେ ଚଢ଼ିଯାଇଥିଲା।
ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାପରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।