ସଂଚାର ବ୍ୟୁରୋ: ପୁଣି ଟ୍ରେନ୍ ଦୁର୍ଘଟଣା। ଲାଇନ୍ଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ଆଜି ସକାଳୁ ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଘଟିଛି ଏହି ଘଟଣା। ଗୁଡ୍ସ୍ ଟ୍ରେନ୍ର ୫ଟି ବଗି ଲାଇନଚ୍ୟୁତ ହୋଇଛି।
ସୂଚନାନୁସାରେ, ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ର ୫ଟି ଓ୍ୱାଗନ୍ ଲାଇନ୍ଚ୍ୟୁତ ହୋଇଛି। ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି। ତେବେ ସୌଭାଗ୍ୟବଶତଃ ଏସମସ୍ତ ଓ୍ୱାଗନ ଖାଲି ଥିଲା।
© 2024 Sanchar News