ସଂଚାର ବ୍ୟୁରୋ: ପୁରୀରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ପାଟନା ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନ୍ ଲାଇନ୍ ପାର ହେବା ବେଳେ ଟ୍ରାକରେ ଅଟକିଗଲା ଟ୍ରାକ୍ଟର୍ । ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ଧକ୍କାରେ ଟ୍ରାକ୍ଟର ଚୁରମାର୍ । ସାକ୍ଷୀଗୋପାଳ ବୀରରାମଚନ୍ଦ୍ରପୁର ନିକଟରେ ବଡ଼ ଦୁର୍ଘଟଣା ଟଳିଲା । ଟ୍ରାକ୍ଟରଟି ବେଆଇନ ରାସ୍ତା ଦେଇ ଟ୍ରାକ ଉପରେ ଯିବା ପାଇଁ ଚେଷ୍ଟା କରୁଥିଲା । ସେହି ସମୟରେ ପୁରୀ ପାଟନା ଏକ୍ସପ୍ରେସଟି ଦ୍ରୁତ ଗତିରେ ଆସି ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା । ଟ୍ରେନ ଧକ୍କାରେ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି । ତେବେ ଟ୍ରାକ୍ଟର ଚାଳକଙ୍କ କୌଣସି କ୍ଷତି ହୋଇନାହିଁ ।