ସଂଚାର ବ୍ୟୁରୋ: ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ପଦକ୍ଷେପ । ଏଣିକି FM ଦ୍ୱାରା ମିଳିବ ଟ୍ରାଫିକ ଅପଡେଟ । ସମସ୍ତ FM ଚ୍ୟାନେଲ ସହ କଥା ହୋଇଛି କମିଶନରେଟ ପୋଲିସ । ଟ୍ରାଫିକ ପୋଲିସ ସହ ମିଶି କାମ କରିବ FM ରେଡିଓ । ପୂର୍ବରୁ ମଧ୍ଯ ଏହିଭଳି FM ଦ୍ୱାରା ସୂଚନା ଦିଆଯାଉଥିଲା । ତେବେ କିଛି ସମସ୍ଯା ପରେ ଏହା ବନ୍ଦ ଥିଲା । ଏବେ ଏହାକୁ ପୁଣି ଥରେ ଆରମ୍ଭ କରିଛି କମିଶନରେଟ ପୋଲିସ । ଟ୍ରାଫିକ ପରିଚାଳନା କୁ ସୁଦୃଢ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପୋଲିସ କମିଶନର । ସେହିପରି ଆତ୍ମାହୁତିକୁ ରୋକିବା ପାଇଁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ କରୁଛି ପୋଲିସ । ଛାତ୍ର ଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରାଯାଉଛି । ସମସ୍ତ କଲେଜ, ବିଶ୍ଵବିଦ୍ୟାଳୟ ହଷ୍ଟେଲ ଏବଂ କ୍ୟାମ୍ପସରେ ଏହାକୁ ଲଗାଯିବ । ରାଗିଂ କିମ୍ବା କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ଫୋନରେ ଜଣାଇପାରିବେ ଛାତ୍ରଛାତ୍ରୀ ।