ସଂଚାର ବ୍ୟୁରୋ: ଭସାଣି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି। ଭସାଣି ବେଳେ ଜନପଥ ଦେଇ ଯିବାକୁ ବାରଣ । ସଚିବାଳୟମାର୍ଗ,ଏହାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ହେବ। ବାଣୀବିହାରରୁ ରାଜମହଲ ଯାଏ ଗାଡ଼ି ଚଳାଚଳରେ କଟକଣା । ଗାଡ଼ିଗୁଡ଼ିକ ଆଚାର୍ଯ୍ଯ ବିହାର ଦେଇ ଯାତାୟାତ କରିବ। ଖୋର୍ଦ୍ଧାରୁ ସିଆରପି ଛକ ଯାଏଁ ଗାଡ଼ି ଆସିପାରିବ। ସେହିପରି ସିଆରପିରୁ ଏକାମ୍ର ପାର୍କ-ଜୟଦେବବିହାର ଦେଇ ଗାଡି ଚଳାଚଳ। କିଟ ଛକରୁ ନାଲକୋ ଯାଏଁ ଗାଡି ଚଳାଚଳ ବନ୍ଦ । ଗାଡିଗୁଡିକ ନନ୍ଦନକାନନ ଦେଇ ଜୟଦେବ ବିହାର ଯାଇପାରିବ। ନିୟମ ଖିଲାପ କଲେ ଦେବାକୁ ହେବ ଜରିମାନା । ଅତ୍ୟାବଶ୍ୟକ ସେବା ପାଇଁ ଉଦ୍ଦିଷ୍ଟ ଗାଡି କଟକଣାମୁକ୍ତ। ସେହିପରି କଟକରେ ରେଭେନ୍ସା କଲେଜ ଛକ ପାଖ ସିଡିଏ ମାର୍କେଟ କମ୍ପ୍ଲେକ୍ସ ଛକଠାରୁ କୌଣସି ଯାନବାହନ ରାଣୀହାଟ କ୍ଲକ ଟାୱାର ଆଡ଼କୁ ଯାଇପାରିବେ ନାହିଁ । ସେମାନେ ବମ୍ବେ ହୋଟେଲ ଛକ ଦେଇ ଯୋବ୍ରା ଆନିକଟ ଛକ ଦେଇ ଯାଇପାରିବେ । ମୋଚିସାହି ଛକଠାରୁ ଗାଡ଼ି ଗୁଡ଼ିକ କେନାଲ ରାସ୍ତା ଦେଇ ଯୋବ୍ରା ଛକ ଆଡ଼କୁ ଯାଇପାରିବେ । ମେଢ ଗୁଡ଼ିକ ରାଣୀହାଟ ଛକ ଅତିକ୍ରମ କରୁଥିବାବେଳେ ବଜ୍ରକବାଟି ଛକଠାରୁ କୌଣସି ଯାନବାହନ ରାଣୀହାଟ ଆଡ଼କୁ ଯାଇପାରିବେ ନାହିଁ । ଅପରାହ୍ନ ୩ଟାରୁ ଭସାଣି ସରିବା ଯାଏଁ କଟକଣା ବଳବତ୍ତର।