ଭାରତୀୟ କ୍ରିକେଟରେ ଯେବେ ‘ଦାଦା’ କୁହାଯାଏ, କେବଳ ଗୋଟିଏ ନାମ ଆସେ ସେ ହେଉଛନ୍ତି ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ, ଚମତ୍କାର ବ୍ୟାଟ୍ସମ୍ୟାନ, ନିର୍ଭୀକ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲିଙ୍କର ଆଜି ଜନ୍ମଦିନ । ୫୩ ବର୍ଷରେ ପଦାର୍ପଣ କରିଛନ୍ତି ଦାଦା । ତାଙ୍କର ଅନେକ ରେକର୍ଡ ହୋଇଛି ଯାହାକୁ ଅନ୍ୟ କେହି ଖେଳାଳି ଭାଙ୍ଗିପାରିନାହାନ୍ତି ।
ସୌରଭ ଗାଙ୍ଗୁଲି ଶେଷ ଥର ପାଇଁ ପଡ଼ିଆରେ ପାଦ ଦେବାର ଅନେକ ବର୍ଷ ବିତିଯାଇଛି । କିନ୍ତୁ ତାଙ୍କର ସଫଳତା ଏବେ ବି କ୍ରିକେଟ୍ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛି । ସେ କେବଳ ରନ୍ ସ୍କୋର କରିନଥିଲେ, ବରଂ ଟିମ୍ ଇଣ୍ଡିଆକୁ ପ୍ରାଧାନ୍ୟ ବିସ୍ତାର କରିବାର ସାହସ ମଧ୍ୟ ଦେଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ‘ଦାଦା’ଙ୍କ ସେହି ୫ଟି ରେକର୍ଡ ଯାହା ଏବେ ବି ରହିଛି । ହୁଏତ ଭବିଷ୍ୟତରେ କେହି ଏହାକୁ ଭାଙ୍ଗିପାରିବେ ନାହିଁ ।
ଦିନିକିଆରେ ସବୁଠୁ ବଡ଼ ଭାଗିଦାରୀ- ଯେତେବେଳେ ସୌରଭ ଗାଙ୍ଗୁଲି ଏବଂ ସଚିନ୍ ତେନ୍ଦୁଲକର କ୍ରିଜରେ ଥିଲେ, ସେତେବେଳେ ବିପକ୍ଷ ଦଳର ବୋଲର ନାକରେ କାନ୍ଦୁଥିଲେ । ଏହି ଦୁଇ କିମ୍ବଦନ୍ତୀ ମିଶି ୧୭୬ ଇନିଂସରେ ୮୨୨୭ ରନ୍ କରିଥିଲେ । ଏ ପର୍ଯ୍ୟନ୍ତ କୌଣସି ଯୋଡ଼ି ଏକଦିବସୀୟ କ୍ରିକେଟରେ ୬୦୦୦ ରନ୍ ଛୁଇଁ ନାହାଁନ୍ତି ।