ସଂଚାର ବ୍ୟୁରୋ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜରୁରୀ ବୈଠକ । CDS ଓ ୩ ସେନାମୁଖ୍ୟଙ୍କ ସହ ବୈଠକ କରିବେ ରାଜନାଥ । ଗତକାଲି ପାକିସ୍ତାନ ଭାରତର ୨୬ଟି ସହରକୁ କରିଥିଲା ଆକ୍ରମଣ । ତେବେ ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲେ ଭାରତୀୟ ସୋନ । ଏଭଳି ବିଭିନ୍ନ ଦିଗକୁ ନେଇ CDS ଓ ୩ ସେନାମୁଖ୍ୟଙ୍କ ସହ ବୈଠକରେ ଆଲୋଚନା କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବେ ସେନା ମୁଖ୍ୟ ରାଜନାଥ ସିଂ । ପାକିସ୍ତାନର ଆକ୍ରମଣକୁ କଡ଼ା ଜବାବ ଦେବାକୁ ଯାଇ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି ଭାରତ । ସେପଟେ ପାକିସ୍ତାନକୁ ୮,୫୦୦ କୋଟିର IMF ଋଣ ପ୍ରଦାନକୁ ବିରୋଧ କରୁଛି ଭାରତ । ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିବା ପାକିସ୍ତାନକୁ ଋଣ କାହିଁକି ବୋଲି ଭାରତ ଆପତ୍ତି ଉଠାଇଛି ।