Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ପଞ୍ଜାବଠାରୁ ବଦଲା ନେବ କି କୋଲକାତା

Sanchar Live by Sanchar Live
April 26, 2025
in କ୍ରୀଡ଼ା
0
ଆଜି ପଞ୍ଜାବଠାରୁ ବଦଲା ନେବ କି କୋଲକାତା
0
SHARES
6
VIEWS
FacebookTwitter

ଚଳିତ ଆଇପିଏଲ୍‌ର  ୪୪ତମ ଲିଗ୍‌ ମୁକାବିଲାରେ ଡିଫେଣ୍ଡି ଚାମ୍ପିଅନ୍‌ କୋଲକାତା ନାଇଟ ରାଇଡର୍ସ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ପଞ୍ଜାବ କିଙ୍ଗ୍‌ସ ଏହି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ  ଉଠିବାକୁ ପ୍ରୟାସ କରିବ। ନାଇଟ୍‌ ରାଇଡର୍ସ ପାଇଁ ଏହି  ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ପ୍ଲେ- ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଏଣିକି ପ୍ରତ୍ୟେକ  ମ୍ୟାଚ୍‌ ଜିତିବାକୁ ପଡ଼ିବ । ତେଣୁ ଆଜି ନାଇଟ  ରାଇଡର୍ସ ସବୁ ଶକ୍ତି ଲଗାଇ ଜିତିବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।

ପଞ୍ଜାବ କିଙ୍ଗ୍‌ସ ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ  ରହିଛି । ଶେଷ ୬ଟି ମ୍ୟାଚ୍‌ରୁ ଅତି କମ୍‌ରେ ୩ଟି  ମ୍ୟାଚ୍‌ ଜିତିଲେ ଦଳ ସହଜରେ ପ୍ଲେ-ଅଫ୍‌ରେ  ପ୍ରବେଶ କରିପାରିବ। ନାଇଟ୍‌ ରାଇଡର୍ସ ୮ଟି ମ୍ୟାଚ୍‌  ଖେଳି ମାତ୍ର ୩ଟି ବିଜୟ ସହ ୬ ପଏଣ୍ଟ ଅର୍ଜନ  କରିଛି ଓ ସପ୍ତମ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ରେ  ପ୍ରବେଶ କରିବାକୁ ହେଲେ ନାଇଟ୍‌ ରାଇଡର୍ସକୁ  ଅତି କମ୍‌ରେ ୫ଟି ମ୍ୟାଚ ଜିତିବାକୁ ପଡ଼ିବ ।

ଉଭୟ ଦଳ ମଧ୍ୟରେ ୧୦ଦିନ ତଳେ  ଖେଳାଯାଇଥିବା ମ୍ୟାଚ୍‌କୁ ଦର୍ଶକ ଏପର୍ଯ୍ୟନ୍ତ ଭୁଲି  ନାହାନ୍ତି । ଗତ ୧୫ ତାରିଖରେ ପ୍ରଥମ ଭେଟ ହୋଇଥିଲା ଓ ପଞ୍ଜାବ କିଙ୍ଗ୍‌ସ ଉକ୍ତ ମ୍ୟାଚ୍‌ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ ମାତ୍ର ୧୧୧  ରନ କରିଥିଲା । ଜବାବରେ ନାଇଟ ରାଇଡର୍ସ  ମାତ୍ର ୯୫ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା ।

ଇଡେନ ଗାର୍ଡେନ୍ସରେ ଉପସ୍ଥିତ ଦର୍ଶକଙ୍କ ନଜର  ରହିବ ଶ୍ରେୟାସ ଆୟରଙ୍କ ଉପରେ । ଆୟର ଗତ  ବର୍ଷ ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଇଥିଲେ । ତାଙ୍କ  ଅଧିନରେ ଦଳ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ।  ମାତ୍ର ସବୁ ପ୍ରଶଂସା ନେଇଥିଲେ ମୁଖ୍ୟ କୋଚ  ଗୌତମ ଗମ୍ଭୀର। ଏଥର ମେଗା ନିଲାମ ପୂର୍ବରୁ  ନାଇଟ ରାଇଡର୍ସ ଆୟରଙ୍କୁ ରିଟେନ କରିନଥିଲା ।  ଏଥର ସେ ପଞ୍ଜାବ କିଙ୍ଗ୍‌ସର ନେତୃତ୍ୱ ନେଉଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ୨୦୦ରୁ ଊଦ୍ଧ୍ୱର୍ ଷ୍ଟ୍ରାଇକ  ରେଟ୍‌ରେ ସେ ରନ୍‌ ସଂଗ୍ରହ କରୁଛନ୍ତି । ଆଜି ଇଡେନ ଗାର୍ଡେନ୍ସ ଦର୍ଶକଙ୍କ ଠାରୁ ଆୟରଙ୍କୁ  ଭରପୁର ସମର୍ଥନ ମିଳିବା ଆଶା କରାଯାଉଛି

Tags: iplkkrvrspbkskolkata
ShareTweetShareSend
Sanchar Live

Sanchar Live

Next Post
ମାଟିରେ ମିଶିଲା ଆତଙ୍କିଙ୍କ ଘର

ମାଟିରେ ମିଶିଲା ଆତଙ୍କିଙ୍କ ଘର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.