ଆଇପିଏଲ୍ ୨୦୨୫ର ୩୩ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ପାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ଏ ପର୍ଯ୍ୟନ୍ତ ସମାନ ୬ଟି ମ୍ୟାଚ୍ ଖେଳି ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଜାଣନ୍ତୁ ଦୁଇ ଦଳର ହେଡ୍ ଟୁ ହେଡ୍ ରେକର୍ଡ ଏବଂ ଆଜିର ମ୍ୟାଚରେ କାହାର ଜିତିବାର ରହିଛି ଅଧିକ ସମ୍ଭାବନା ।
ଲଗାତାର ପରାଜୟ ପରେ ଗତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା ହାଇଦ୍ରାବାଦ । ଦଳ ଏହି ବିଜୟକୁ ଜାରି ରଖିବାକୁ ଚାହିଁବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପାଇଁ ମଧ୍ୟ କିଛି ମ୍ୟାଚ୍ ଆଶାନୁରୂପ ନ ଥିଲା । ହେଲେ ଶେଷ ମ୍ୟାଚରେ ଦିଲ୍ଲୀକୁ ହରାଇଛି । ତେଣୁ ଦୁଇ ଦଳ ନିଜ ନିଜର ଶେଷ ମ୍ୟାଚ୍ ମନୋବଳ ଦୃଢ ରଖିଛନ୍ତି । ତେଣୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ଆଜି ମୁମ୍ବାଇର ପାଣିପାଗ ଭଲ ରହିବ.ବର୍ଷାର କୌଣସି ସମ୍ଭାବନା ନାହିଁ । ତାପମାତ୍ରା ସର୍ବାଧିକ ୨୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ । ଆଦ୍ରତା ୭୭ ପ୍ରତିଶତ ଓ ପବନର ବେଗ ଘଣ୍ଟା ପ୍ରତି ୧୪ କିମି ରହିପାରେ । ମୁମ୍ବାଇ ୬ଟି ମ୍ୟାଚରୁ ୨ଟି ଜିତି ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ଯଦି ଦଳ ଆଜି ବଡ ବ୍ୟବଧାନରେ ମ୍ୟାଚ୍ ନ ଜିତେ ତେବେ ପଏଣ୍ଟ ଟେବୁଲର ସେହି ସ୍ଥାନରେ ରହିବ । ଅନ୍ୟପଟେ ହାଇଦ୍ରାବାଦ ଜିତିଲେ ଦଳ ନବମର ସପ୍ତମ କିମ୍ବା ଅଷ୍ଟମ ସ୍ଥାନକୁ ଆସିପାରେ ।
ଦୁଇ ଦଳ ମଧ୍ୟରେ ମୋଟ୍ ୨୩ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ମୁମ୍ବାଇ ୧୩ଟି ଏବଂ ହାଇଦ୍ରାବାଦ ୧୦ଟି ମ୍ୟାଚ୍ ଜିତିଛି । ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇର ସର୍ବୋଚ୍ଚ ସ୍କୋର ୨୪୬ ରହିଥିବା ବେଳେ ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦର ସର୍ବୋଚ୍ଚ ସ୍କୋର ୨୭୭ ରନ ରହିଛି ।