ନାମିବ୍ୟା ବିପକ୍ଷରେ ଭାରତୀୟ ଟିମ ଆଜି ଦ୍ବିତୀୟ ଟି୨୦ ବିଶ୍ବକପ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାରେ ୟୁଏସଏକୁ ହରାଇବା ପର ଭାରତୀୟ ଟିମ୍ ଦ୍ବିତୀୟ ମ୍ୟାଚ୍ ଜିତି ଲଗାତାର ବିଜୟ ହାସଲ କରିବାକୁ ଚାହିଁବ । ହେଲେ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ମ୍ୟାନେଜମେଣ୍ଟର ଟେନସନ ବଢିଛି । ଅଭିଷେକ ଶର୍ମା ଅସୁସ୍ଥ ଥିବା ଯୋଗୁଁ ସଂପୂର୍ଣ୍ଣ ଫିଟ୍ ହୋଇନାହାନ୍ତି । ତେଣୁ ଆଜି ଅଭିଷେକଙ୍କ ସ୍ଥାନ ସଂଜୁ ସାମସନ ଖେଳିବେ । ଅଭିଷେକଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଡିସଚାର୍ଜ ହୋଇଛନ୍ତି ।
ଆମେରିକା ବିପକ୍ଷ ପ୍ରଥମ ମୁକାବିଲାରେ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ସୁଯୋଗ ମିଳିନଥିଲା । ଏବେ କିନ୍ତୁ ସେ ପୁରା ଫିଟ୍ ଅଛନ୍ତି । ମଙ୍ଗଳବାର ଏବଂ ବୁଧବାର ସେ ନେଟ୍ସ ପ୍ରାକ୍ଟିସ କରିଛନ୍ତି । ଘଣ୍ଟା ଘଣ୍ଟା ଧରି ସେ ବୋଲିଂ ଅଭ୍ୟାସ କରିଛନ୍ତି । ତେଣୁ ନାମିବ୍ୟା ବିପକ୍ଷରେ ବୁମରା ଖେଳିବା ନିଶ୍ଚିତ । ଆଉ ଯଦି ବୁମରା ମୁକାବିଲାରେ ସୁଯୋଗ ପାଆନ୍ତି ତେବେ ମହମ୍ମଦ ସିରାଜ୍ ବାଦ୍ ପଡିବେ ।
ଆମେରିକା ବିପକ୍ଷ ମ୍ୟାଚରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରିନଥିଲେ । ଫେବ୍ରୁଆରୀ ୧୫ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଗୁରୁବାର ଦଳକୁ ପ୍ରାକ୍ଟିସ୍ କରିବା ପାଇଁ ସୁଯୋଗ ମିଳିବ ।
ସୂର୍ଯ୍ୟକୁମାର ଦଳରେ ସନ୍ତୁଳନ ରକ୍ଷା କରିବାକୁ ତିନି ଜଣ ଅଲରାଉଣ୍ଡରଙ୍କ ସହ ପଡିଆକୁ ଓହ୍ଲାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଅକ୍ଷର ପଟେଲ ମ୍ୟାଚରେ ଖେଳିବେ । ବୁମରାଙ୍କ ସହିତ ଅର୍ଶଦୀପ ମଧ୍ୟ ଖେଳିବେ ।
ସମ୍ଭାବ୍ୟ ଭାରତୀୟ ପ୍ଲେଇଂ ଏକାଦଶ :
ସଂଜୁ ସାମସନ, ଇଶାନ କିଶନ/ୱାଂଶିଟନ ସୁନ୍ଦର, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍ଗୁ ସିଂହ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ ।
