ମାଆ ଦଶଭୂଜାଙ୍କୁ ବିଦାୟ ପରେ ଆଜି ଧରାବତରଣ କରିବେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଅନୁଗୁଳ ଓ ଢେଙ୍କାନାଳ ସହର । ୩୮ଟି ପୂଜା ମଣ୍ଡପରେ ଚାଲିବ ମାଆଙ୍କ ପୂଜାର୍ଚ୍ଚନା । ଅନୁଗୁଳ ସହରର ୪୫ରୁ ଅଧିକ ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆକର୍ଷଣୀୟ ମୂର୍ତ୍ତି ସହ ନିର୍ମାଣ ହୋଇଛି ସୁଉଚ୍ଚ ତୋରଣ । ପୂଜା ପାଇଁ ସାରା ସହରରେ ଛାଇ ଗଲାଣି ଆଲୋକର ତୋରଣ । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ମୁତୟନ ହୋଇଛନ୍ତି ୨୦୦ ହୋମଗାର୍ଡ ।

