ସଂଚାର ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ ବିଜୟା ଦଶମୀ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି।
ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ପୂଜା ମଣ୍ଡପ। ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପ ନିକଟରେ ଲାଇନ ଲଗାଇଛନ୍ତି। ଆଜି କିଛି ପୂଜା ମଣ୍ଡପରେ ସିନ୍ଦୁର ଖେଳ ପରମ୍ପରା ମଧ୍ୟ ରହିଛି।