ସଂଚାର ବ୍ୟୁରୋ: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶକୁ ଓ ସମସ୍ତ ରାଜନୈତିକ ଦଳକୁ ସେ ପହଲଗାଁଓ ଆକ୍ରମଣ ସଂପର୍କରେ ଅବଗତ କରାଇବେ। ଏହା ସହିତ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି, ଆଗକୁ କଣ ପଦକ୍ଷେପ ନେବେ ସେ ନେଇ ମଧ୍ୟ ଅବଗତ କରାଇବେ ରାଜନାଥ ସିଂହ। ସମସ୍ତ ଦଳ ସହିତ ଏ ନେଇ ନିଜେ ରାଜନାଥ ସିଂହ ଓ ଅମିତ ଶାହା ଗତକାଲି କଥା ହୋଇଥିଲେ। ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ସାରା ଦେଶ ଏକଜୁଟ୍ ଅଛି। ସେହି ସନ୍ଦେଶ ଦେବାକୁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ସେପଟେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି।