Monday, April 27, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କାଳବୈଶାଖୀ ବଦଳାଇବ ପାଗ, ଏହିସବୁ ଜିଲ୍ଲାରେ ଛେଚିବ

Sanchar Live by Sanchar Live
April 27, 2026
in ଓଡିଶା
0
କାଳବୈଶାଖୀ ବଦଳାଇବ ପାଗ, ଏହିସବୁ ଜିଲ୍ଲାରେ ଛେଚିବ
0
SHARES
14
VIEWS
FacebookTwitter

କାଳବୈଶାଖୀ ବଦଳାଇବ ପାଗ । ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବେ ରାଜ୍ୟବାସୀ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ରାଜ୍ୟର ଉତ୍ତର ଓ ଦକ୍ଷିଣ ଭାଗର ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଓ ୪୦ରୁ ୫୦ କିଲୋମିଟର ବେଗର ପବନ ବହିପାରେ ।

ସେହିପରି ଆସନ୍ତା ୨୯ ତାରିଖରେ ୨୪ ଜିଲ୍ଲାରେ ବର୍ଷା ହେବ । ୩୦ ତାରିଖରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେହିପରି ମେ ୧ ତାରିଖରେ ୨୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଆଜି ଉପକୂଳ ଓଡ଼ିଶାରେ ପ୍ରବଳ ଗରମ ଓ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି ।

ବାୟୁମଣ୍ଡଳରେ ହ୍ୟୁମିଡିଟି ବା ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ହେଉଛି। ରବିବାର ମଧ୍ୟ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଏଠାରେ ପୁଣି ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଥିଲା । ଏଠାରେ ସକାଳ ୮ଟା ୩୦ ବେଳକୁ ହ୍ୟୁମିଡିଟି ୫୩% ଥିବାବେଳେ ଅପରାହ୍ନ ୫ଟା ୩୦ ବେଳକୁ ୨୦%କୁ ଖସି ଆସିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ସକାଳ ୮ଟା ୩୦ରେ ହ୍ୟୁମିଡିଟି ୬୫% ଏବଂ ଅପରାହ୍ନ ୫ଟା ୩୦ ବେଳକୁ ୪୭% ଥିଲା ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୩୫.୫ ଡିଗ୍ରୀ ରହିଥିବାବେଳେ ଏଠାରେ ସକାଳ ୮ଟା ୩୦ ବେଳକୁ ହ୍ୟୁମିଡିଟି ୭୮% ଏବଂ ଅପରାହ୍ନ ୫ଟା ୩୦ରେ ୭୨% ରହିଥିଲା। ଭୁବନେଶ୍ୱର ଭଳି ଉପକୂଳ ଜିଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମ୍‌ ଥାଇ ମଧ୍ୟ ହ୍ୟୁମିଡିଟି ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ଏହିଦିନରେ ସାଧାରଣତଃ ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସିଥାଏ। ପୂର୍ବ ଓଡ଼ିଶାରେ ବହୁଥିବା ବାୟୁରେ ଆର୍ଦ୍ରତା ରହୁଥିବାରୁ ପାରଦ ସାମାନ୍ୟ ଉପରମୁହଁା ହେଲେ ବି ଆମକୁ ଅସ୍ବାସ୍ଥ୍ୟକର ଅନୁଭବ ହେଉଛି ।

ସେହିପରି ଝାରସୁଗୁଡା, ଟିଟିଲାଗଡ଼, ସୋନପୁର ଆଦି ପଶ୍ଚିମ ଓଡ଼ିଶା ଜିଲାରେ ଆର୍ଦ୍ରତା କମ୍‌ ରହୁଥିବାରୁ ସେଠାରେ ସେତେଟା ଗୁଳୁଗୁଳି ଅନୁଭୂତ ହୋଇ ନ ଥାଏ ବୋଲି ଡ. ମହାନ୍ତି କହିଛନ୍ତି। ତେବେ ଆହୁରି ୨୪ଘଣ୍ଟା ଏଭଳି ସ୍ଥିତି ରହିବା ସହ ଏପ୍ରିଲ ୨୮ ମଙ୍ଗଳବାରଠାରୁ କାଳବୈଶାଖୀ ହେବ। ଫଳରେ ୨ରୁ ୩ ଭିତରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ୧୧ଟି ଜିଲାକୁ ଖରା ଓ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି ।

ଏଥିସହ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ସତର୍କ କରାଯାଇଛି। ମଙ୍ଗଳବାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ ଓ ମାଲକାନଗିରି ଜିଲା ପାଇଁ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି ।

ଉପକୂଳବର୍ତ୍ତୀ ଅଞ୍ଚଳରେ ୬୬ କି.ମି ବେଗ ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଗୁରୁବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଏକ ଟ୍ରପ୍‌ ଲାଇନ ସହ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁ ଥିବାରୁ ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ରବିବାର ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକରହିଥିଲା। ୪୪.୮ ଡିଗ୍ରୀ ସହ ଝାରସୁଗୁଡା ପୁଣି ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା।

ସେହିପରି ସୋନପୁରରେ ୪୩.୭ ଡିଗ୍ରୀ, ଟିଟିଲାଗଡ଼ ୪୩.୬, ଭବାନୀପାଟଣା ୪୩.୪, ବଲାଙ୍ଗୀର ୪୩.୧, ବୌଦ୍ଧ ୪୩, ସମ୍ବଲପୁର ୪୩, ସୁନ୍ଦରଗଡ଼ ୪୨.୮, ରାଉରକେଲା ୪୨.୭, ନୂଆପଡ଼ା ଓ ନୟାଗଡ଼ ୪୨.୫, ହୀରାକୁଦ ୪୨.୪, ଅନୁଗୋଳ ୪୧.୯, ତାଳଚେର ୪୧.୫, ଫୁଲବାଣୀ ୪୦.୪, ବରଗଡ଼ ୪୦, ପାରଳାଖେମୁଣ୍ଡି ୪୦ ଏବଂ କେନ୍ଦୁଝରଗଡ଼ରେ ୪୦ ଡିଗ୍ରୀ ଛୁଇଁଥିଲା।

Tags: odishathunderstomsweatherreport
ShareTweetShareSend
Sanchar Live

Sanchar Live

Next Post
ଅଶୁଭ ସୋମବାର : ଦୁର୍ଘଟଣାରେ ଗଲା ୭ ଜୀବନ

ଅଶୁଭ ସୋମବାର : ଦୁର୍ଘଟଣାରେ ଗଲା ୭ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ
  • ଅଶୁଭ ସୋମବାର : ଦୁର୍ଘଟଣାରେ ଗଲା ୭ ଜୀବନ
  • କାଳବୈଶାଖୀ ବଦଳାଇବ ପାଗ, ଏହିସବୁ ଜିଲ୍ଲାରେ ଛେଚିବ
  • ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା
  • ଆଜି କୋହଲି ବନାମ ରାହୁଲ ଶୋ’

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.