ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସୀମାରେ କଡ଼ା ସତର୍କତା। ଭାରତ-ବାଂଲାଦେଶ ସୀମାରେ ହାଇଆଲର୍ଟ। ଏହା ସହ ଭାରତ ଓ ମିଆଁମାର ସୀମାରେ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶରେ ପାକିସ୍ତାନ ଆଇଏସଆଇ ଓ ପାକ୍ ଆର୍ମି ସକ୍ରିୟ ଥିବାରୁ ଭାରତ ନେଇ ପଦକ୍ଷେପ। ବାଂଲାଦେଶ ସହ ସମ୍ପର୍କ ବୃଦ୍ଧି ଲାଗି ପାକିସ୍ତାନ ଚାହୁଁଥିବାରୁ ସୀମାରେ ସତର୍କତା ଅବଲମ୍ବନ କରିଛି ଭାରତ। ବଲୁଚିସ୍ତାନ, ଗିଲଗିଟ ହାଇଟ୍ସ ଓ ସିନ୍ଧରେ ବିକ୍ଷୋଭ ଜାରି ରହିଥିବାବେଳେ ପାକିସ୍ତାନ ଉତକ୍ଷିପ୍ତ ରହିଛି। ୱାକଫ ଆଇନ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ହେଉଥିବା ହିଂସା ଘଟଣା ପରେ ବାଂଲାଦେଶ ସୀମାରେ ସତର୍କତା ଅବଲମ୍ବନ କରିଛି ଭାରତ।