ଦେଶରେ ଖବୁଶୀଘ୍ର ଆରମ୍ଭ ହେବ ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)। ଏଥିପାଇଁ ବିଭିନ୍ନ ଦଳ ନିଜ ମନ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। କୋଟି କୋଟି ଟଙ୍କା ଦେଇ ଦେଶ ସହ ବିଦେଶୀ ଖେଳାଳିଙ୍କୁ ମଧ୍ୟ କିଣାଯାଇଛି। ଏଇ ଖେଳାଳି କିଣାକୁ ନେଇ ଏବେ ବିବାଦରେ ରହିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ୩ଝଣଙ୍କୁ ହତ୍ୟା କରାଯାଇଛି। ଏହା ସତ୍ତ୍ବେ ବି କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିବାରୁ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ କେକେଆର ମାଲିକ ତଥା ଅଭିନେତା ଶାହରୁଖ ଖାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
“ଶାହରୁଖଙ୍କୁ ଭାରତୀୟଙ୍କ ଭାବନା ସମ୍ମାନ ଦେବା ଉଚିତ”
ଅଖଡ଼ା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଶାହାରୁଖ ଖାନଙ୍କୁ ଯାହା ସମ୍ମାନ ଏବଂ ସ୍ୱୀକୃତି ମିଳିଛି ତାହା ଭାରତ ଏବଂ ଏହାର ଲୋକଙ୍କ ଯୋଗୁଁ। ତେଣୁ, ତାଙ୍କୁ ଦେଶବାସୀଙ୍କ ଭାବନା ଏବଂ ଜାତୀୟ ସ୍ୱାର୍ଥକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ଦେଶ ବିରୋଧୀ ଚିନ୍ତାଧାରା କିମ୍ବା ଦେଶବାସୀଙ୍କ ଭାବନା ବିରୋଧରେ ଯାଉଥିବା ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଏହା ଆମ ବିଶ୍ୱାସକୁ ଆଘାତ ଦେଇଛି। ମୁଁ ଚାହୁଁଛି ଯେ ଶାହରୁଖ ତାଙ୍କ ନିଷ୍ପତ୍ତିକୁ ବଦଳାନ୍ତୁ।”

