ସଂଚାର ବ୍ୟୁରୋ: ବିବାଦ ଘେରରେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ। ଚୁକ୍ତି ପରେ ସିଂହବାହିନୀ ଅପେରାକୁ ଯିବାକୁ ଅରାଜି ପୀୟୂଷ। ଯାତ୍ରାରେ ଅଭିନୟ ପାଇଁ ୫୫ ଲକ୍ଷ ଟଙ୍କା ଅଗ୍ରୀମ ନେଲେ। ଗାଡି ନେଲେ। ପୁରୀ ଜଗନ୍ନାଥ ମନ୍ଦିରରେ ଶପଥ ବି କଲ। କିନ୍ତୁ ଏବେ ମନା କରୁଛନ୍ତି ଏହି ଯାତ୍ରା ଅନୁଷ୍ଠାନରେ କାମ କରିବା ପାଇଁ। ଫୋନ କଲେ ରିସିଭ୍ କରୁ ନାହାନ୍ତି କି ମେସେଜର ରିପ୍ଲାଏ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ପୀୟୂଷଙ୍କ ନାଁରେ ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଯାତ୍ରା ସିଂହବାହିନୀର ମାଲିକ ସଂଜୀବ ପାଢୀ । ଗତ କିଛି ଦିନ ପୂର୍ବରୁ ଯାତ୍ରା ସିଂହାବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପୀୟୂଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଛି ବିବାଦ । ଏହାପରେ ପୀୟୂଷ ସୋସିଆଲ ମିଡ଼ିଆରେ ଏକ ବାର୍ତ୍ତା ଦେଇ କହିଛନ୍ତି -ସେ ଏବେ କି ଭବିଷ୍ୟତରେ କେବେ ବି ସିଂହବାହିନୀକୁ ଯିବେ ନାହିଁ । ସେ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଆସନ୍ତାବର୍ଷ କାହିଁକି ସେ ଯାତ୍ରାରେ ସିଂହବାହିନୀ ସହ ନାହାନ୍ତି । ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି । ପୀୟୂଷ ଚୁକ୍ତି କରି ଟଙ୍କା ଏବଂ ଗାଡି ନେଇ ସାରିବା ପରେ ଏବେ ଯାତ୍ରାକୁ ଆସିବେ ନାହିଁ ବୋଲି କହୁଛନ୍ତି । ଯାହାକୁ ନେଇ ସେ ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ସଞ୍ଜୀବ କହିଛନ୍ତି ପୀୟୂଷ ଗତ ନଭେମ୍ବରରେ ହଠାତ୍ ଫୋନ୍ କରି ସିଂହବାହିନୀ ପାର୍ଟିରେ କାମ କରିବାକୁ ଚାହୁଁଛି ବୋଲି କହିଥିଲେ । ଏହାପରେ ଏକ ହୋଟେଲରେ ଆଲୋଚନା ହେବା ସହ ସେଠି ଫାଇନାଲ୍ ହୋଇଥିଲା । ସେ ସଂଜୀବଙ୍କ ପାର୍ଟିରେ ୫ ବର୍ଷ ପର୍ଯ୍ୟନ୍ତ ରହିବେ ଏଗ୍ରିମେଣ୍ଟ କଲେ । ସେଠାରେ ଅଗ୍ରୀମ ଭାବେ ତାଙ୍କୁ ଏକ ଫରଚ୍ୟୁନର ଗାଡ଼ି ଦେବାକୁ ସେ କହିଥିଲେ । ଏହା ସହ ସେ ବାର୍ଷିକ ୭୦ଲକ୍ଷ ଟଙ୍କା ନେବେ ବୋଲି ଚୁକ୍ତି ହୋଇ ଥିଲା । ପୀୟୂଷ ନେଇଥିବା ଗାଡ଼ି ସିଂହବାହିନୀ ସଂସ୍ଥା ନାଁରେ ଅଛି ।।