ସଂଚାର ବ୍ୟୁରୋ: ଜାତିସଂଘ ନିରାପତ୍ତା ପରିଷଦରେ ପାକିସ୍ତାନକୁ ଧକ୍କା। ଇସଲାମାବାଦ କରିଥିବା ଅନୁରୋଧକୁ ଆଡ଼ଦେଖା କରିଛନ୍ତି ପରିଷଦ। କୌଣସି ଘୋଷଣା ବିନା ଶେଷ ହୋଇଛି ନିରାପତ୍ତା ପରିଷଦ ବୈଠକ। ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ବୈଠକରେ ପାକିସ୍ତାନ ଆଶା କରିଥିଲା କିଛି ଏକ ବିବୃତି ବା ଘୋଷଣାନାମା ହେବ। ମାତ୍ର ବୈଠକରେ ଯୋଗ ଦେଇଥିବା କୌଣସି ସଦସ୍ୟ ରାଷ୍ଟ୍ର ପାକିସ୍ତାନ ଲାଗି ମୁହଁ ଖୋଲିନାହାନ୍ତି। ଆଣବିକ କ୍ଷମତାସମ୍ପନ୍ନ ଦୁଇ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଚିନ୍ତା ବ୍ୟକ୍ତ କରିଥିଲେ। ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅନୁରୋଧ ନେଇ ବୈଠକ ହୋଇଥିଲା। ପାକିସ୍ତାନ ବର୍ତ୍ତମାନ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ରହିଛି।

