ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ଏକ ସଭାରେ ଜାତିଭିତ୍ତିକ ରାଜନୀତିକୁ ବିରୋଧ କରି ଦେଶବ୍ଯାପୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗଡକରୀ। ସେ କହିଛନ୍ତି- ଜଣେ ବ୍ଯକ୍ତିଙ୍କ ମହାନତା ନିର୍ଭର କରେ ତାଙ୍କ ଗୁଣ ଉପରେ। ଜାତି, ଧର୍ମ ବା ଲିଙ୍ଗ ଅନୁସାରେ ଜଣେ ବ୍ଯକ୍ତିଙ୍କ ମହାନତା ନିରୁପଣ କରାଯାଇପାରିବ ନାହିଁ। ଏହି ନୀତିରୁ ସେ ଓହରିପାରିବେ ନାହିଁ। ଯଦିଓ ନିର୍ବାଚନରେ ଏହି ମତ ଯୋଗୁ ତାଙ୍କୁ ହୁଏତ କ୍ଷତି ସହିବା ସମ୍ଭାବନା ରହିଛି ତଥାପି ସେ ଏଥିରୁ ବିଚ୍ଯୁତ ହେବେ ନାହିଁ। ଯେଉଁମାନେ ଜାତି ସମ୍ପର୍କରେ କହିବେ ତାଙ୍କୁ ସେ ଦୂରେଇ ଦେବେ ବୋଲି କହିଛନ୍ତି ଗଡକରୀ। ବର୍ତ୍ତମାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗର ମନ୍ତ୍ରୀ ଅଛନ୍ତି ଗଡକରୀ। ସେ ପୂର୍ବରୁ ବିଜେପିର ସଭାପତି ଥିବାବେଳେ ନାଗପୁରରୁ ତୃତୀୟ ଥର ଲାଗି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନାଗପୁରରେ ଆୟୋଜିତ ସେଣ୍ଟ୍ରାଲ ଇଣ୍ଡିଆ ଗ୍ରୁପ ଅଫ ଇନଷ୍ଟିଚ୍ଯୁସନର ଏକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ଗଡକରୀ। ନିଜ ଗୁଣବଳରେ ଆଣବିକ ବିଜ୍ଞାନୀ ଡକ୍ଟର ଅବଦୁଲ କଲାମ ସାରା ବିଶ୍ବରେ ସଫଳତା ହାସଲ କରିଥିଲେ ବୋଲିକହିଥିଲେ ଗଡକରୀ। ଗଡ଼କରୀ ଆହୁରି କହିଛନ୍ତି- ସେ ଭୋଟ ପାଆନ୍ତୁ କି ନପାଆନ୍ତୁ ତାଙ୍କ ନୀତିରେ ସେ ଅବଚଳିତ ରହିବେ।