ସଂଚାର ବ୍ୟୁରୋ: ଅନୀଲ ଅମ୍ଵାନିଙ୍କ ଅଡୁଆ ବଢ଼ିଲା। ୩ ହଜାର କୋଟିର ଋଣ ଜାଲିଆତି ମାମଲାରେ ଆଉ ଏକ ମାମଲା ରୁଜୁ କରିଛି ଇଡି। ଅନୀଲ ଅମ୍ଵାନି, ରିଲାଏନ୍ସ କମ୍ୟୁନିକେସନ୍ସ ଓ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଗତ ମାସରେ ସିବିଆଇର ଏତଲା ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଷ୍ଟେଟ ବ୍ୟାଙ୍କ୍ କୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ୩ ହଜାର କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ ଅଛି ଅନୀଲ ଅମ୍ଵାନିଙ୍କ ନାଁରେ। କିଛି ଦିନ ତଳେ ଇଡି ଏହି ମାମଲାରେ ୬ଟି ସ୍ଥାନରେ ରେଡ୍ କରିଥିଲା। ଜାଲିଆତି ଓ ମନି ଲଣ୍ଡ୍ରରିଂର ପ୍ରମାଣ ପାଇଁ ଏହି ରେଡ୍ କରାଯାଇଥିଲା। ଋଣ ନେଇ ତାକୁ ଅନ୍ୟ କାମରେ ଲଗାଇଥିବାର ଅଭିଯୋଗ ହୋଇଛି। ଗତ ଜୁନ ମାସରେ ଅନୀଲ ଅମ୍ଵାନୀଙ୍କୁ ଫ୍ରଡ୍ ଅଭିହିତ କରି ରିଜର୍ଭ ବ୍ୟାଙ୍କକୁ ଏକ ରିପୋର୍ଟ ପଠାଇଥିଲା। ଏହା ଆଗରୁ ଅନୀଲ ଅମ୍ଵାନିଙ୍କୁ ମଧ୍ୟ ଇଡି ପଚରା ଉଚରା କରିଥିଲା।

