ସଂଚାର ବ୍ୟୁରୋ: ମର୍ମନ୍ତୁଦ ଦୁର୍ଘଟଣା । ଧକ୍କା ଦେଲା ଟ୍ରକ୍, ଚାଲିଗଲା ବାପା, ମାଆ ଓ ଝିଅର ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାଇକରେ ଯାଉଥିବାବେଳେ ସ୍ବାମୀ, ସ୍ତ୍ରୀ ଓ ଝିଅ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକମାନେ ହେଲେ ବାରକୋଟ ଥାନା ବାହାଡ଼ାପଶି ଗାଁର। ଜନସନପୁର ଟୋଲ୍ ଗେଟ୍ ନିକଟରୁ ଟ୍ରକକୁ ଜବତ କରାଯାଇଛି ।