ସଂଚାର ବ୍ୟୁରୋ: ସୋମବାର ସକାଳେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଚେଭେଲା ନିକଟରେ ଘଟିଛି । ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (RTC)ର ବସ୍ ସହ ବୀପରିତ ଦିଗରୁ ଆସୁଥିବା ଗୋଡ଼ି ଭର୍ତ୍ତି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବସ୍ ଉପରକୁ ଟ୍ରକ୍ଟି ପଡ଼ି ଯାଇଥିଲା । ବସ୍ରେ ଭରି ଯାଇଥିଲା ଟ୍ରକ୍ରେ ଥିବା ଗୋଡ଼ା ବା ଚିପ୍ସ । ଚେଭେଲା ଏସିପି ବି କିଷାନଙ୍କ ଅନୁସାରେ, “ସରକାରୀ ବସ୍ଟି ତନ୍ଦୁରରୁ ଚେଭେଲା ଅଭିମୁଖେ ଆସୁଥିଲା । ଚିପ୍ସ ବା ବଜୁରି ଗୋଡ଼ି ନେଇ ଆସୁଥିବା ଟ୍ରକ୍ ସହ ବସ୍ ଧକ୍କାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କ ସହ ବସ୍ରେ ଥିବା ଯାତ୍ରୀ ପ୍ରାଣ ହରାଇଛନ୍ତି ।”
