ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କ କଥା କଟାକଟି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବଙ୍କ କଥା କଟାକଟି ହୋଇଛି। ନୀତୀଶ କୁମାର ତେଜସ୍ଵୀଙ୍କୁ କହିଛନ୍ତି। ମୁଁ ଆପଣଙ୍କ ବାପା ଲାଲୁ ଯାଦବଙ୍କୁ ତିଆରି କରିଛି। ୧୯୯୪ରୁ ୨୦୦୫ ଆରଜେଡି ରେକର୍ଡ ଖରାପ ଥିଲା। ପୂର୍ବରୁ ବିହାରରେ କ’ଣ ଥିଲା। ଲାଲୁଙ୍କ ଉତଥାନ ମୂଳରେ ମୁଁ ଦାୟୀ ବୋଲି କହିଥିଲେ ନୀତୀଶ। ଏପରିକି ଲାଲୁଙ୍କ ଜାତିର ଲୋକେ ବି ମୋତେ ପ୍ରଶ୍ନ କରିଥିଲେ। ଆରଜେଡି ଶାସନ କାଳରେ ବିହାରରେ ରାସ୍ତାଘାଟ ନଥିଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଥିଲେ ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ। କହିଥିଲେ ଆପଣଙ୍କ ସରକାର ଏକ ପୁରୁଣା କାର୍ ପରି। ଆପଣଙ୍କ ସରକାରରେ ସବୁକିଛି ଅଚଳ। ଆପଣଙ୍କ ଉପରେ ଲୋକମାନେ ଅସୁଖୀ। ବୋଧହୁଏ ୨୦୦୫ ପରେ ବିଶ୍ଵ ସୃଷ୍ଟି ହୋଇଥିଲା। ଇତିହାସକୁ ଆମମାନଙ୍କୁ ଯିବାକୁ ପଡିବ ବୋଲି କହିଥିଲେ ତେଜସ୍ଵୀ ଯାଦବ।