ସଂଚାର ବ୍ୟୁରୋ: ମହିଳା SHGର କର୍ମକର୍ତ୍ତାଙ୍କୁ ବ୍ୟାଙ୍କ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ । ଗତ 2024 ନୂଆ ବର୍ଷରେ ଜରିପଡା ମହିଳା SHGର କର୍ମକର୍ତ୍ତା କାନାଡ଼ା ବ୍ୟାଙ୍କର କର୍ମଚାରୀ ମାନଙ୍କୁ ଫୁଲ ତୋଡ଼ା ଦେଇ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ । ହେଲେ ଅଭିନନ୍ଦନ ଜଣାଇବା ସମୟରେ କାନାଡ଼ା ବ୍ୟାଙ୍କର କ୍ୟାସିଅର ବିପ୍ଳବ କେଶରୀ ପ୍ରଧାନ ମହିଳା କର୍ମକର୍ତ୍ତା ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ମହିଳା ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ସହ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିନିଥିଲା । ଗତ ୧୧ ତାରିଖରେ ପୁନର୍ବାର ମହିଳା SHGର ସଦସ୍ୟା ମାନଙ୍କୁ କାଳୁପଡା ଘାଟ ବଜାରରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ ମହିଳା ମହାସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରୁଛି । ବ୍ୟାଙ୍କ ଛୁଟି ଥିବାରୁ ତଦନ୍ତ ଆଗେଇ ପାରିନାହିଁ । ଏନେଇ ବ୍ୟାଙ୍କ କ୍ୟାସିଆରଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।