ସଂଚାର ବ୍ୟୁରୋ: ତାଳଚେରରେ ବଡ ଧରଣର ଡ଼କାୟତି । ୮୦ ଭରି ସୁନା ଓ ୫ ଲକ୍ଷ ଟଙ୍କା ନେଇଯାଇଛନ୍ତି ଡକାୟତ। ଅଶୋକ ଦାସଙ୍କ ଘରେ ଏହି ଡକାୟତି ହୋଇଛି। ପରିବାର ଲୋକେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଇଥିବା ଏହି କାଣ୍ଡ ହୋଇଛି। କିଛି ସମୟ ପରେ ଫେରିବାରୁ କବାଟ ଖୋଲା ଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହା ଜାଣିପାରି ଦୁର୍ବୃତ୍ତମାନେ ଘରର ପଛ ବାଟ ଦେଇ ଖସି ପଳାଇଥିଲେ। ଦୁଇ ଜଣ ଗୋଡ଼ାଇବାରୁ ଡକାୟତମାନେ ଭୁଜାଲିରେ ଆକ୍ରମଣ କରିଥିଲେ। ଲୁହା ରଡ୍ ରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭିର ହାର୍ଡଡିସ୍କ ବି ଦୁର୍ବୃତ୍ତମାନେ ନେଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଧସ୍ତାଧସ୍ତି ବେଳେ ତାହା ପଡ଼ି ଯାଇଥିଲା। କିଛି ଗହଣା ବି ପଡ଼ି ଯାଇଥିଲା। କୋଇଲାରି ଥାନା ପୋଲିସ ତଦନ୍ତ କରୁଛି। ଏକ ପଲସର୍ ବାଇକ ବି ଜବତ କରିଛି ପୋଲିସ।