ସଂଚାର ବ୍ୟୁରୋ: ରବିବାର ସକାଳେ ଭୂକମ୍ପ ଝଟକାରେ ଥରିଲା ତାଜିକସ୍ତାନ । ଭୂକମ୍ପର ତୀବ୍ରତା ୪.୦ ଥିବା ଜଣାପଡିଛି । ଯାହାର କେନ୍ଦ୍ରସ୍ଥଳ ୧୬୦ କିଲୋମିଟର ଗଭୀରତାରେ ରହିଥିଲା । ଭୂକମ୍ପର ଅକ୍ଷାଂଶ ୩୬.୮୭N, ଦ୍ରାଘିମା ୭୨.୧୦E ରହିଥିବା NCS ସୂଚନା ଦେଇଛି । ଏହା ବ୍ୟତୀତ NCS ଭୂକମ୍ପ ସମ୍ପର୍କରେ Xରେ ପୋଷ୍ଟ ସେୟାର କରିଛି ।
ସୂଚନାଯୋଗ୍ୟ, ପୂର୍ବରୁ ତାଜିକସ୍ତାନରେ ୧୮ ଜୁଲାଇରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଥିଲା । ଫଳରେ ଭୂକମ୍ପ ଝଟକାର ସମ୍ଭାବନାକୁ ତାଜିକସ୍ତାନରେ ଅଧିକ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ଜୁଲାଇ ୧୨ ତାରିଖରେ ଏହି ଅଞ୍ଚଳର ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୮ ରହିଥିଲା ।
ଅନ୍ୟପଟେ NCSର କହିବାନୁଯାୟୀ, ଜୁନ୍ ୨୧ ତାରିଖରେ ଏହି ଅଞ୍ଚଳରେ ଭୂକମ୍ପ ହୋଇଥିଲା । ଭୂକମ୍ପର ଗଭୀରତା ୧୪୦ କିଲୋମିଟରରେ ରହିଥିବାବେଳେ ତୀବ୍ରତା ୪.୦ ରହିଥିଲା ।