ସଂଚାର ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତଙ୍କ ଭାଇ ସୁଶାନ୍ତଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରଶାନ୍ତଙ୍କ ଏକାଦଶାହରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁଶାନ୍ତ। ଶୋକସନ୍ତପ୍ତ ପରିବାରକୁ ନବୀନ ସମବେଦନା ଜଣାଇବା ସହ ତାଙ୍କ ଭାଇ ପ୍ରଶାନ୍ତଙ୍କ ଅକାଳ ବିୟୋଗ ପାଇଁ ଦୁଃଖ ପ୍ରକାଶ କରି ସାନ୍ତ୍ବନା ଦେଇଛନ୍ତି ନବୀନ।