ବିଧାନସଭା ଗୃହ ଅଚଳ ନେଇ କଂଗ୍ରେସକୁ ଟାର୍ଗେଟ କଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୧୮ ଦିନରେ ୩୧ ଘଣ୍ଟା ବି ଗୃହ ଚାଲିପାରିନାହିଁ। ସମାଧାନ ପାଇଁ ବାଚସ୍ପତି ୩ ଥର ସର୍ବଦଳୀୟ ବୈଠକ ଡାକିଛନ୍ତି। ତା ସତ୍ତ୍ଵେ ସମାଧାନର ରାସ୍ତା ବାହାରି ପାରିନାହିଁ। ଲୋକଙ୍କ ଟିକସରେ ବିଧାନସଭା ଚାଲେ। ଏପରି ପଇସା ବରବାଦ ହେଲେ କଂଗ୍ରେସକୁ କ୍ଷମା ଦେବେନି ରାଜ୍ୟବାସୀ। ୮୨ଟି ବିଧାନସଭାରେ ୫ ହଜାର ଭୋଟ ପାଇଲେ ନାହିଁ। ୨୦ ଆସନରେ କଂଗ୍ରେସର ଭୋଟ ନୋଟାରୁ ବି କମ୍। ଭଲ ପ୍ରସଙ୍ଗ ନ ଉଠାଇଲେ ସିଙ୍ଗଲ ଡିଜିଟକୁ ଖସି ଆସିବ କଂଗ୍ରେସ।
ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ବିଧାନସଭା ଶାନ୍ତି ଅଛି। ପ୍ରତିବାଦ କରିବାର ଢଙ୍ଗ ଅଛି | ଆଚରଣ ସଂସ୍କାର ବିଧାନସଭା ଓ ଓଡ଼ିଶା ବାସୀଙ୍କୁ ଅପମାନିତ କରୁଛି | ମହିଳା ବାଚସ୍ପତିଙ୍କ ସାମ୍ନା ରେ ହୁଇସିଲ ମାରିବା, ପୋଡିୟମ ଉପରକୁ ଚଢିବା ଉଦ୍ୟମ କରାଯାଇଛି। ସାଧାରଣ ଲୋକ ଙ୍କ ଟିକସ ରେ ବିଧାନସଭା ଚାଲେ। ବିଜେପି ସରକାର ପ୍ରସ୍ତୁତ ଅଛନ୍ତି ଆଲୋଚନା ପାଇଁ | ପ୍ରଶ୍ନ ଉତ୍ତର କରେଇ ନ ଦେବା, ମୁଁ କିଛି କରିବି ନାହିଁ, କାହାକୁ କରେଇ ଦେବି ନାହିଁ – ଏ ଆଚରଣ ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ସୁରେଶ ପୂଜାରୀ।

