ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ହେବ ତଦନ୍ତ। ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯେଉଁମାନେ ସାମିଲ ଓ ଦାୟୀ ଅଛନ୍ତି ସେମାନଙ୍କ ବିରୋଧରେ ହେବ କାର୍ଯ୍ୟା କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କର୍ତ୍ତବ୍ୟରେ ଅବହେଳା କାରଣରୁ ଛାତ୍ରୀ ଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାସହ ମାନସିକ ଯନ୍ତ୍ରଣା ଅତିଷ୍ଟ ହେବାରୁ ଏହା ଆତ୍ମାହୁତିର ରୂପ ନେଲା। ଘଟଣାର ସପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।