ସଂଚାର ବ୍ୟୁରୋ: ଧାନ କିଣାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ସମସ୍ତ ଜିଲ୍ଲାରେ ଧାନ କିଣା ବ୍ୟବସ୍ଥା ନେଇ ସଂପୃକ୍ତ ଜିଲ୍ଲାରେ ବୈଠକ ହେବ। ବୈଠକରେ କେଉଁ ଜିଲ୍ଲାରେ କେବେ ଧାନ କିଣା ହେବ ସେ ନେଇ ତାରିଖ ଧାର୍ଯ୍ୟ ହେବ । ଯେଉଁଠି ଧାନ ପାଚିଗଲାଣି, ଜିଲ୍ଲା କମିଟି ଚାହିଁଲେ ଧାନ କିଣା ପ୍ରକ୍ରିୟ ଆରମ୍ଭ କରି ପାରିବେ ବୋଲି କହିଛନ୍ତି ସୁରେଶ । ଧାନ ବିକ୍ରି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ଭିତରେ ଯିବ। ଏହାର ୫ ମିନିଟ ପରେ ୮୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ । ୩୧୦୦ ଟଙ୍କା କୁଇଣ୍ଟାଲ ପିଛା ପାଇବେ ଚାଷୀ। ସୋହେଲାଠାରେ ନଭେମ୍ବର ତୃତୀୟ ସପ୍ତାହରେ ଏକ ବଡ଼ ଚାଷୀ ସମାବେଶ କରାଯିବ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ବିଭିନ୍ନ ଜିଲ୍ଲାରେ ମଧ୍ୟ ଚାଷୀ ସମାବେଶ ହେବ। ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସମାବେଶରେ ଯୋଗଦେବେ। ଧାନରୁ ଅଗାଡି ଅଲଗା ପାଇଁ ଅତ୍ୟାଧୁନିକ ମେସିନ ପ୍ରଦାନ କରାଯାଇଛି। ମଣ୍ଡିର ଆଧୁନିକୀକରଣ ପାଇଁ ଏକ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।