ସଂଚାର ବ୍ୟୁରୋ: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାରେ ଅନୁପ୍ରବେଶକାରୀଙ୍କୁ ଠାବ କରିବାର ପ୍ରୟାସ ଜୋରଦାର ହେବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନିଆଯାଉଛି। ଆଗାମୀ ଦିନରୁ ବାଂଲାଦେଶ ରୁ ଯେଉଁ ଅଣଭାରତୀୟମାନେ ପ୍ରବେଶ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ । ଅନୁପ୍ରବେଶ ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ସତର୍କ ଦୃଷ୍ଟି ଦେବାକୁ ରାଜସ୍ୱ ବିଭାଗର ନିର୍ଦେଶ। ଅନୁପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯିବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।