ଭୁବନେଶ୍ୱର : ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳାଙ୍କୁ ଧୁମଧାମ୍ର ସହିତ ପାଳନ କରାଯିବ । ଆଲୋକମାଳରେ ସଜେଇ ହେବ ଖଣ୍ଡଗିରି ଅଞ୍ଚଳ । ଏହା ସହ ସାଧୁସନ୍ଥକୁ ସ୍ୱାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ । ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା। ଏଥିପାଇଁ ଖୁବ୍ଶୀଘ୍ର ଜାରି ହେବ ମାର୍ଗଦର୍ଶିକା । ଅଶ୍ଳୀଳ ନୃତ୍ୟ ବ୍ୟାନ ନେଇ ସରକାର ଏସ୍ଓପି ଆଣିବେ ବୋଲି ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୂଚନା।
ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଆଇଟମ୍ ଡ୍ୟାନ୍ସ,ଅଶ୍ଲୀଳ ନୃତ୍ୟ। ସରକାର ଅଶ୍ଳୀଳତକୁ ବ୍ୟାନ କରିବା ପାଇଁ ନେଇ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ପୋଲିସ ବିଭାଗ, ଗୃହ ବିଭାଗ, ଆଇନ ବିଭାଗ,ଯାତ୍ରା କମିଟି, ଯାତ୍ରା କଳାକାର,ଏହା ସହ ମାଲିକଙ୍କ ସହ ଆଲୋଚନା ହୋଇଛି ।ସେପଟେ ତୁରନ୍ତ କଠୋର ଆଇନ ନଆଣିବାକୁ ସଂସ୍କୃତିମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯାତ୍ରା କମିଟି, ଯାତ୍ରା କଳାକର ଏବଂ ଯାତ୍ରା ମାଲିକ। ତାଙ୍କୁ କିଛି ସମୟ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।