ସଂଚାର ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ ନେତା ସୁର ରାଉତରାୟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି-ଉପମୁଖ୍ୟମନ୍ତ୍ରୀ ମହୋଦୟ ଟିକେ ଷ୍ଟଡି କର। ସରକାରର ମନ୍ତ୍ରୀମାନଙ୍କ କଥାରେ ତାଳ ମେଳ ରହୁନି। ଇସ୍ତାହାରରେ ଗୋଟିଏ କଥା କହିଥିଲ, ଏବେ ଗୋଟିଏ କଥା କହୁଛ। ମହିଳାଙ୍କୁ ୬ ମାସରେ ଦେବ ୫ ହଜାର, ସେମାନେ କଣ ଗୁଲୁଗୁଲା ଖାଇବେ, ପକୁଡ଼ି ଖାଇବେ , ଆଗରୁ କହିଥିଲ ଘରୁ ଚାରି କି ପାଞ୍ଚ ମହିଳା ଥିଲେ ବି ସମସ୍ତଙ୍କୁ ଦେବୁ। ଏବେ କହୁଛ ଲୋନ୍ ନେଇଥିବା ମହିଳାଙ୍କୁ ଦେବନି, ୮୦ ଭାଗ ଲୋକ ଲୋନ ନେଇଛନ୍ତି। ଯେତିକି ପାରିବ କର, ହାୱା କରନି। ବିଜେଡିକୁ ମନ୍ତ୍ରୀ କଟାକ୍ଷ କରିଥିବାରୁ ଏହାକୁ ମଧ୍ୟ ସୁର ନାପସନ୍ଦ କରିଛନ୍ତି। ଶସ୍ତା କଥାବାର୍ତ୍ତା ନ କରି କାମ କର ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କଟାକ୍ଷ କରିଛନ୍ତି ସୁର ରାଉତରାୟ।